ରାଜ୍ୟରେ ୬୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ

ଦୀର୍ଘ ଏକ ସପ୍ତାହ ରୁ ଅଧିକ ସଂକ୍ରମିତ ଙ୍କ ସଂଖ୍ୟା ୫୦୦ ଭିତରେ ରହୁଥିଲା I ପାର୍ବଣ ଋତୁରେ ସଂକ୍ରମଣ ର ହାର ବଢିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ଙ୍କ ତରଫରୁ ବାରମ୍ବାର କୋଭିଡ ମାର୍ଗଦର୍ଶିକା ଜାରି ସତ୍ୱେ ଗତ ୨୪ ଘଣ୍ଟାରେ ୬୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ର ପିଲା ଅଛନ୍ତି ୯୨ ଜଣ । ସେହିପରି ୬୫୨ ଜଣଙ୍କ ମଧ୍ୟରୁ ୩୮୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୭୨ଟି ହେଉଛି ଲୋକାଲ୍ କେସ୍‌। ଏହା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରେ ରାଜ୍ୟରେ ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୪୯କୁ ବୃଦ୍ଧି ପାଇଛି। ଏହି ୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ ଅନୁଗୋଳ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୧୬କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୩୯୦ ଓ ନବରଙ୍ଗପୁରରେ ୮୧ରେ ପହଞ୍ଚିଛି।

Comments (0)
Add Comment