ରାଜଧାନୀରେ ୩୪୩୨ଜଣ କୋଭିଡ୍ ସଂକ୍ରମିତ ଅଛନ୍ତି

ପାର୍ବଣ ରେ କୋଭିଡ୍ ସଂକ୍ରମଣ ବୃ୍‌ଦ୍ଧି ଆଶଙ୍କା ଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ପୁଣିଥରେ କେତେକ କଟକଣା ଜାରି କରିସାରିଛି I ବର୍ତ୍ତମାନ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ୩୪୩୨ଜଣ ସଂକ୍ରିୟ କୋଭିଡ୍ ସଂକ୍ରମିତ ଅଛନ୍ତି ।ବିଏମସି ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏବେ ୩୪୩୨ଜଣ ସଂକ୍ରିୟ ସଂକ୍ରମିତ ରୋଗୀ ଥିବାବେଳେ ୧୯୪ଜଣ ସୁସ୍ଥ ହୋଇଛନ୍ତି । କୋଭିଡରେ ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୦୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୧୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ଜଣ କ୍ୱାରେଣ୍ଟାଇନରେ ଓ ୧୦୨ଜଣ ସ୍ଥାନୀୟ ସଂକ୍ରମିତ । ଏହି ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୮ଜଣ ନୟାପଲ୍ଲୀ ଅଂଚଳର ହୋଇଥିବାବେଳେ ଶହୀଦ ନଗର ,ବରଗଡ଼ ଓ ଓଲଡ୍ ଟାଉନରୁ ୪ଜଣ ଲେଖାଏଁ ଅଛନ୍ତି । ରବିବାର ରାଜଧାନୀ ଭୁବନେଶ୍ୱରରୁ ୧୪୯ଜଣ ଓ ଶନିବାର ୧୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୧୧ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି ।
ସମଗ୍ର ରାଜ୍ୟରେ ଆଜି ୪୪୮୫ଜଣ ସଂକ୍ରିୟ ସଂକ୍ରମିତ ଥିବାବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୪୩୨ଜଣ ରହିଛନ୍ତି । ଆଜିସୁଦ୍ଧା ରାଜ୍ୟର ମୋଟ ୧୦ଲକ୍ଷ ୨୮ହଜାର ୩୬୬ଜଣ ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୮୨୨୦ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments (0)
Add Comment