ରାଜ୍ୟରେ ୨୨୮ ସଂକ୍ରମିତ ଚିହ୍ନଟ, ୨ ମୃତ

ଗତ ୩ ଦିନ ହେଲା କରୋନା ସଂକ୍ରମଣ ୨୦୦ ତଳକୁ ରହୁଥିବାବେଳେ ଆଜି ପୁଣି ମୁଣ୍ଡ ଟେକିଛି ସଂକ୍ରମଣ ଇ ଆଜି ରାଜ୍ୟ ରୁ ୨୨୮ ଜଣ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି I ମୃତକ ମାନେ ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହେଇଛନ୍ତି ଇଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୧କୁ ବୃଦ୍ଧି ପାଇଛି । ସେହିଭଳି ସଂକ୍ରମିତ ମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୩୪ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୧୦୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୩୦୬ ରହିଥିବା ବେଳେ ୨ ହଜାର ୩୩୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment