ପଞ୍ଚାୟତ ନିର୍ବାଚନ ମଇଦାନରେ ୧୧ ସରପଞ୍ଚ, ୮ ସମିତି ସଭ୍ୟ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ମତ ହାତଗଣତି ଦିନ କେତେଟା ରହିଲା ଇ ନେତା ମନ୍ତ୍ରୀ ଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ଦଳ ମାନଙ୍କର ପ୍ରଚାରରେ ଗାଁ ଗୁଡିକରେ ରାଜନୈତିକ ଉଷ୍ମତା ବଢି ଚାଲିଛି । ସେହିଭଳି ଗୋଟିଏ ପଂଚାୟତ ହେଉଛି ବ୍ରହ୍ମପୁର ସହରୀ ତଳି ଅଞ୍ଚଳ ରେ ଥିବା ଲୁଚାପୋଡା ପଞ୍ଚାୟତ। ୨୧ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ ରେ ୧୪୪୫୨ ଜଣ ଭୋଟର ନିର୍ବାଚନ ରେ ମତଦାନ କରିବେ। ଏହି ପଞ୍ଚାୟତଟି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରହିଥିଲେ ମଧ୍ୟ ଏହା କୁକୁଡାଖଣ୍ଡି ବ୍ଲକ ଅଧୀନରେ ରହିଅଛି। ସବୁଠୁ ବଡ଼କଥା ହେଲା ଏହି ପଞ୍ଚାୟତଟିରେ ଅଧିକ ପ୍ରର୍ଥୀ ମଇଦାନରେ ରହିଥିବା ଜଣାପଡିଛି। ଏହି ପଞ୍ଚାୟତର ୫ ଟି ୱାର୍ଡ ସହରୀ ସଲଗ୍ନରେ ଯାଉଥିବା ବେଳେ ଏହି ୫ଟି ୱାର୍ଡ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଚଳିତ ନିର୍ବାଚନରେ ପୂର୍ବତନ ୧୦ ନମ୍ୱର ଜୋନର ଜିଲାପରିଷଦ ସଭ୍ୟ ଏଲ.ମୋହନ ଦାସ ଏଥର ସରପଞ୍ଚ ଏହି ପଞ୍ଚାୟତରେ ପ୍ରାର୍ଥୀ ଭାବେ ମଇଦାନରେ ରହିଥିବା ଏବଂ ସେ ବର୍ତ୍ତମାନ ବିଜେପିର ଜିଲା ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି।
ଏଣୁ ବିଜେପି ଦଳ ନିମନ୍ତେ ମୋହନଙ୍କ ବିଜୟ ଏକ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି। ଚଳିତ ନିର୍ବାଚନରେ ଏହି ପଞ୍ଚାୟତରେ ୧୧ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥୁବା ବେଳେ ସେଥି ମଧ୍ୟରୁ ୮ ଜଣ ପ୍ରାର୍ଥୀ ଶାସକ ବିଜେଡିର ସମର୍ଥକ ରହିଥିବା ବେଳେ ଅନୁରୂପ ଭାବେ ୧୧ ଜଣ ସମିତି ସଭ୍ୟ ମଧ୍ୟ ନିର୍ବାଚନ ମଇଦାନ ନିଜର ଭାଗ୍ୟ ପରିଖିବାକୁ ଓହ୍ଲାଇ ଛନ୍ତି। ଲୋଚାପଡା ପଞ୍ଚାୟତ ହୋଇଥିଲେ ସୁଦ୍ଧା ଏହାକୁ ସହରୀ ତଳି ଅଞ୍ଚଳ କୁହାଯାଉଛି, କିନ୍ତୁ ଏହି ନିର୍ବାଚନରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ନିଜର ପ୍ରଚାର ନିମନ୍ତେ ପୋଷ୍ଟର ଓ ବ୍ୟାନେର ଏପରି ଭାବରେ ଛାଉଣୀ କରିଛନ୍ତି ଯେ ଯେମିତି ସହରର ଉପନିର୍ବାଚନ ହେଉଥିବା ଭ୍ରମ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି l

Comments (0)
Add Comment