ରାଜ୍ୟରେ ୬୭୧ କରୋନା ସଂକ୍ରମିତ ଚିହ୍ନଟ ,୧୫ ମୃତ

ରାଜ୍ୟରେ ଆଶା ଜନକ ଭାବରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି I କିନ୍ତୁ ମୃତ୍ୟୁ ସଂଖ୍ୟା ଆଗଭଳି ବଢି ଚାଲିଛି I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି I ମୃତକ ମାନେ ଖୋର୍ଦ୍ଧାରୁ ୩ ଜଣ, ଅନୁଗୁଳ, କଟକ ଓ ପୁରୀରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୯୭୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ସେହିଭଳି ସଂକ୍ରମିତ ମାନଙ୍କ ମଧ୍ୟରୁ ସଂଗରୋଧରୁ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨୭୮ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩୧ ପଜିଟିଭ୍ । ସୁନ୍ଦରଗଡ଼ରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୨, ବାଲେଶ୍ୱର ୧୨, ବରଗଡ ୧୬, ଭଦ୍ରକ ୭, ବଲାଙ୍ଗିର ୭, ବୌଦ୍ଧ ୧୬, କଟକ ୩୧, ଦେବଗଡ ୬, ଢେଙ୍କାନାଳ ୫, ଗଜପତିରୁ ୨୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୧, ଜଗତସିଂହପୁର ୧୨, ଯାଜପୁର ୪୭, ଝାରସୁଗୁଡା ୨୦, କଳାହାଣ୍ଡି ୧୧, କନ୍ଧମାଳ ୧୩, କେନ୍ଦ୍ରାପଡା ୧୯, କେନ୍ଦୁଝରରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଖୋର୍ଦ୍ଧା ୧୦୩ କୋରାପୁଟ ୩୯, ମାଲକାନଗିରି ୨, ମୟୂରଭଞ୍ଜ ୨୨, ନବରଙ୍ଗପୁର ୪, ନୟାଗଡ ୧୮, ନୂଆପଡା ୧୪, ପୁରୀ ୧୨, ରାୟଗଡା ୯, ସମ୍ବଲପୁର ୨୮, ସୋନପୁର ୧, ଷ୍ଟେଟପୁଲରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧,୪୬୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୪ ହଜାର ୫୭୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୧, ୪୫୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୮୫୫ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।