ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ଉଡ଼ାଣ ସଫଳ

ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ଉଡ଼ାଣ ସଫଳ

ନୂଆଦିଲ୍ଲୀ: ଆମେ ବର୍ତ୍ତମାନ ସମୟରେ ଆଧୁନିକତାକୁ ଆପଣାର କରିବା ସହିତ ଟେକନ୍ନୋଲୋଜୀକୁ ବି ଆପଣାର କରୁଛୁ । ଅର୍ଥାତ ଯଦି ଟେକନ୍ନୋଲୋଜୀ ରହିବ ତାହାଲେ ହିଁ ଆମେ ପ୍ରଗତି ମାର୍ଗରେ ଆଗେଇ ଚାଲିବୁ । ସମୟ ଅନୁସାରେ ସବୁକିଛିର ବି ମୂଲ୍ୟ ବଦଳିବ । ଆମ ପୃଥିବୀରେ ଆମେ ବିଜ୍ଞାନକୁ କେନ୍ଦ୍ରକରି କେତେ ଯେ ଆଗକୁ ବଢିଚାଲିଛୁ । ଆହୁରୀ ସମୟ ଆସିବ ଆମେ ଅନ୍ୟଗ୍ରହରେ ବି ନିଜର ଆଧିପତ୍ୟ ବିସ୍ତାର କରିପାରିବୁ । ଗୋଟିଏ ସମୟ ଥିଲା ଆମେ ସାଇକେଲରେ ଯିବା ଆସିବା କରୁଥିଲୁ କିନ୍ତୁ ପରେ ପରେ ଏହି ସାଇକେଲ କେତେବେଳେ ମଟରସାଇକେଲରେ ପରିଣତ ହେଇଗଲା ତାହା ଆଜି ଅନୁମାନ ବି କରିହେଉନି । ସମ୍ପୂର୍ଣ୍ଣ ବିଦ୍ୟୁତରେ ଚାଳିତ ବିଶ୍ୱର ପ୍ରଥମ ବିମାନ ‘ଏଲିସ୍’ ତାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷକରିଛି। ବିମାନଟି ଗୁରୁବାର ଗ୍ରାଣ୍ଟ କାଉଣ୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୂର୍ବାହ୍ନ ୭ଟା ୧୦ ମିନିଟରେ ଉଡାଣ କରିଥିଲା। ଏହି ସମୟରେ ବିମାନଟିକୁ ୩୫୦୦ ଫୁଟ ଉଚ୍ଚରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡାଯାଇଥିଲା।  ବିମାନକୁ ଏଭିଏସନ ଏୟାରକ୍ରାଫ୍ଟ ନିର୍ମାଣ କରିଛନ୍ତି। ଏହି ଖାସ ବିମାନକୁ ସେହି ସବୁ ବିମାନ ବନ୍ଦରରୁ ସଞ୍ଚାଳିତ କରାଯାଇ ପାରିବ ଯେଉଁଠି ଶବ୍ଦ ଯୋଗୁ ସଞ୍ଚାଳନ ପ୍ରତିବନ୍ଧିତ କରାଯାଇଛି। ଏଭିଏସନର ଅଧ୍ୟକ୍ଷ ତଥା ସିଇଓ ଗ୍ରେଗରୀ ଡେଭିସ ଆଜି ଆମେ ବିମାନ ଯାତ୍ରାର ନୂଆ ଯୁଗକୁ ପ୍ରବେଶ କରିଥିବା କହିଛନ୍ତି।  ଏଲିସର ଅବିସ୍ମରଣୀୟ ଉଡାଣ ସହିତ ଆମେ ଆକାଶକୁ ବିଦ୍ୟୁତକୃତ କରିବାରେ ସଫଳ ହୋଇପାରିଛୁ ବୋଲି ସେ କହିଛନ୍ତି।  ଲୋକେ ଏବେ ଶସ୍ତା ଓ ସ୍ୱଚ୍ଛ ବେସାମରିକ ବିମାନ ଦେଖିପାରିବେ।