ବିହାରରୁ ବାଜିଲା ଭାଜପା ବିଗୁଲ

ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନ ଲାଗି ଭଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିହାର ମୁଜାଫରପୁର ଜିଲାରୁ ବିଗୁଲ ବଜାଇଛନ୍ତି। ବୈଶାଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିହାର ବଡ଼ ଧରଣର ପରିବର୍ତ୍ତନ ଚାହୁଁଥିବା ଦାବି କରିଥିଲେ। ସେଥିପାଇଁ ବିହାର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଭାଜପା ସରକାର ଆଣିବାକୁ ମନ ସ୍ଥିର କରିସାରିଲେଣି।

ଭାଜପାଠାରୁ ସମ୍ପର୍କ ଛିନ୍ନ କରି ମହାମେଣ୍ଟ ସରକାର ଗଢ଼ିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାଜପା ଅଧ୍ୟକ୍ଷ ସମାଲୋଚନା କରିଥିଲେ। ରାଜ୍ୟବାସୀ ଡିଏନ୍‌ଏକୁ ଜନାଦେଶ ଦେଇଥିଲେ। ମେଣ୍ଟ ଭାଙ୍ଗି ନୀତୀଶ ରାଜ୍ୟବାସୀଙ୍କୁ ଅପମାନିତ କରିଛନ୍ତି। ତାଙ୍କୁ ଗଣତାନ୍ତ୍ରିକ ଉପାୟରେ ଜବାବ ଦେବା ଲାଗି ସମୟ ଆସୁଛି ବୋଲି ନଡ୍ଡା କହିଛନ୍ତି। ଏନ୍‌ଡିଏ ବିହାରର ବିକାଶ ଚାହେଁ, ନୀତୀଶଙ୍କ ଭଳି ଆର୍‌ଜେଡି ସହ ସାମିଲ ହୋଇ କ୍ଷମତା ଦଖଲ କରିବାକୁ ଚାହେଁ ନାହିଁ।

ପୂର୍ବରୁ ଆର୍‌ଜେଡି ସରକାରରେ ବିହାରରେ ଜଙ୍ଗଲ ରାଜ୍‌ ଚାଲିଥିଲା। ରାଜନୀତିରେ ନୀତୀଶଙ୍କ ପାର୍ଶ୍ୱ ପରିବର୍ତ୍ତନ ଯୋଗୁ ରାଜ୍ୟବାସୀ ପୁଣିଥରେ ଅରାଜକତାର ସମ୍ମୁଖୀନ ହେବା ଆରମ୍ଭ କରିଛନ୍ତି ବୋଲି ଭାଜପା ଅଧ୍ୟକ୍ଷ କହିଛନ୍ତି।