ମାର୍ଚ୍ଚ ୧୬ ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଟିକାକରଣକୁ ନେଇ ଆଉ ପାଦେ ଆଗେଇଲା ଭାରତ I ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ନିମ୍ନ ମୁଖି ହେଉଛି I ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୬ ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା ଇ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ କରି କହିଛନ୍ତି, ଆସନ୍ତା ୧୬ ତାରିଖରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବ । କାରଣ ପିଲା ସୁରକ୍ଷିତ ତ ଦେଶ ସୁରକ୍ଷିତ । ଏଥିସହ ୬୦ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଏଣିକି ବୁଷ୍ଟର ଡୋଜ ଦିଆଯାଇ ପାରିବ I କରୋନା ବିପକ୍ଷ ମୁକାବିଲାରେ ଟିକାକରଣ ସବୁଠୁ ବଡ ଅସ୍ତ୍ର । ତେଣୁ ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।