ଡ୍ରଗ୍ସ କାରବାର ରେ କୋଡ୍‌ୱାର୍ଡ ର ବ୍ୟବହାର : ଏନ୍‌ସିବି ର ବଡ଼ ଖୁଲାସା

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ସିନେ ଅଭିନେତା ଶାହରୁଖ ଖାଁ ଙ୍କ ପୁଅ ଆର୍ଯ୍ୟନ ଖାଁ ଏନସିବି ଦ୍ୱାରା ଗିରଫ ହୋଇଛି I ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଅଦାଲତ ରେ ଜାମିନ ଖାରଜ ହେବାରୁ ତାଙ୍କୁ ଆର୍ଥର ରୋଡ଼ ଜେଲ କୁ ପଠାଇ ଦିଆଯାଇଛି I ଏହି ସମୟ ମାଦକ ଦ୍ରବ୍ୟ କାରବାର ନେଇ ଏନ୍‌ସିବି ଆଉ ଏକ ବଡ଼ ଖୁଲାସା କରିଛି । ଅଭିଯୁକ୍ତ ମାନେ ହ୍ୱାଟସଆପ୍‌ ରେ କୋଡୱାର୍ଡ ଚାର୍ଟ ଦ୍ୱାରା ଏହି କାରବାର କରୁଥିବା ନେଇ ଏନସିବି ଖୁଲାସା କରିଛି। ଏହି ମାମଲାରେ ଧରାପଡିଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତ କୋର୍ଡୱାର୍ଡ ବ୍ୟବହାର କରି ଡ୍ରଗ୍ସ କାରବାର କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦାବି କରିଛି।
ଗତକାଲି ମୁମ୍ବାଇ କିଲା କୋର୍ଟରେ ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ବେଲ୍‌ ଶୁଣାଣି ଚାଲିଥିଲା। ଏହି ସମୟରେ ଏନ୍‌ସିବି କୋର୍ଟରେ ଏହିକୋଡ୍‌ୱାର୍ଡ ବିଷୟରେ ସୂଚନା ଦେଇଥିଲା।

ଏନସିବି ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ହ୍ୱାଟସ୍‌ଆପରେ ଡ୍ରଗ୍ ବେପାରୀଙ୍କ ସହ ଚାଟ୍ କରୁଥିଲେ, ଯେଉଁଥିରେ କୋଡୱାର୍ଡ କୁହାଯାଉଥିଲା ଏବଂ ଏହି କୋଡୱାର୍ଡ ଥିଲା ‘ଫୁଟ୍‌ବଲ୍’। ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ଡ୍ରଗ୍ ବେପାରୀ ଅଖିତ୍ କୁମାରଙ୍କ ମଧ୍ୟରେ ବାର୍ତ୍ତାଳାପରେ ‘ଫୁଟବଲ୍’ କୋଡୱାର୍ଡ ଅନେକ ଥର ବ୍ୟବହୃତ ହୋଇଛି। ଏନ୍‌ସିବି ମୁତାବକ, ‘ଫୁଟବଲ୍‌’ ଅର୍ଥ ବଡ ମାତ୍ରାରେ ଡ୍ରଗ୍ସର ଡିମାଣ୍ଡ ଏବଂ ସପ୍ଲାଏକୁ ବୁଝାଏ।
ତେବେ ବର୍ତ୍ତମାନ ଆର୍ଯ୍ୟନ ଖାଁ ଙ୍କ ସହିତ ଅନ୍ୟ ୭ ଅଭିଯୁକ୍ତ ଙ୍କ ଏନସିବି ହେପାଜତ ଅବଧି ଶେଷ ହୋଇଥିବାରୁ ,ସମସ୍ତ ଅଭିଯୁକ୍ତ ଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ I

Comments (0)
Add Comment