ୟୁପି ସରକାର ପର୍ଯ୍ୟଟକଙ୍କ ପାଇଁ ଯୋଗାଇଦେବେ ହେଲିକପ୍ଟର ଟ୍ୟାକ୍ସି ସେବା

ପର୍ଯ୍ୟଟକ ମାନଙ୍କ ପାଇଁ ଯୋଗାଇ ଦିଆଯିବ ହେଲିକପ୍ଟର ଟ୍ୟାକ୍ସି ସେବା Iଉତ୍ତରପ୍ରଦେଶ ସରକାର ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ ତଥା ରାଜ୍ୟର ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ସଂଯୋଗ କରିବା ପାଇଁ ହେଲିକେପ୍ଟର ସେବା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ହେଲି ଟ୍ୟାକ୍ସି ପ୍ରଥମେ ଆଗ୍ରା ଏବଂ ମଥୁରା ମଧ୍ୟରେ ଆରମ୍ଭ ହୋଇପାରେ I ଏହା ପରେ ଆପଣ ଆଗ୍ରା ଏବଂ ମଥୁରା ଟୁରିଷ୍ଟ ସ୍ଥାନ ମଧ୍ୟରେ ହେଲିକପ୍ଟର ଯୋଗେ ଯାତ୍ରା କରିପାରିବେ I ୟୁପି ସରକାର ମଥୁରା ଏବଂ ଆଗ୍ରାରେ ହେଲିପୋର୍ଟ ନିର୍ମାଣ ପାଇଁ ଟେଣ୍ଡର ଡାକିଛନ୍ତି । ୟୁପି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ହେଲିପୋର୍ଟର ନିର୍ମାଣ ପିପିପି (ପବଲିକ୍ ପ୍ରାଇଭେଟ୍ ପାଟନରସିପ୍) ଆଧାରରେ କରାଯିବ । ଆସନ୍ତା ୩୧ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ଲକ୍ଷ୍ନୌ ର ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟରେ ଏହି ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହେବ, ଯେତେବେଳେ କି RFQ ର ଦାଖଲ ତାରିଖ ଜୁନ୍ ୨୩ ତାରିଖ ଧାର୍ଯ୍ୟ କରାଯାଇଛି I
ତେବେ ଏହି ହେଲିକପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହେଲେ ପର୍ଯ୍ୟଟକମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ବିଦେଶରୁ ଆସୁଥିବା ପର୍ଯ୍ୟଟକ ଟ୍ୟାକ୍ସି, ଅଟୋ ରିକ୍ସା ପାଇଁ ଅପେକ୍ଷା କରିବେ ନାହିଁ । କିମ୍ବା କୌଣସି ପ୍ରକାରର ଠକାମୀପ ଶିକାର ହେବେ ନାହିଁ । ହେଲିକପ୍ଟର ଟ୍ୟାକ୍ସି ଆରମ୍ଭ ହେବା ପରେ ଆଗ୍ରା ଏବଂ ମଥୁରା ମଧ୍ୟର ଅଳ୍ପ ସମୟ ମଧ୍ୟରେ ଯାତ୍ରା କରିହେବ ଏବଂ ପର୍ଯ୍ୟଟକ ଗୋଟିଏ ଦିନରେ ଅନେକ ସ୍ଥାନ ବୁଲିପାରିବେ ଏବଂ ପ୍ରର୍ଯ୍ୟଟନ ପ୍ରସାର ହେବ ।