ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ରହିବ ସନ୍ଥ କବି ଭୀମ ଭୋଇଙ୍କ ଆତ୍ମ ଜୀବନୀ:କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ସୂଚନା ଦେଇ କହିଛନ୍ତି କି ,ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଆତ୍ମ ଜୀବନୀ । ସେ କହିଛନ୍ତି ଯେ, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଗବେଷଣା ହେବା ସହିତ ସନ୍ଥକବିଙ୍କ ଜୀବନୀ ଉପରେ ଉଚ୍ଚତର ଗବେଷଣା କରାଯିବ । ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ ଭୋଇଙ୍କୁ ଅଗ୍ରାଧିକାର ଦିଆଯିବ ।
ଏହାସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଚେୟାର ପ୍ରତିଷ୍ଠା ହେବ । ବିଭିନ୍ନ ରାଜ୍ୟରେ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏଥିନିମନ୍ତେ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ପଛୁଆ ଅଞ୍ଚଳର ଶତାଦ୍ଦି, ଶତାଦ୍ଦି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବିଚାର ବିଚାର ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

Comments (0)
Add Comment