ନୂଆଦିଲ୍ଲୀ: ଆମେରିକା ସୁପ୍ରିମକୋର୍ଟରେ ତହୱୁର ରାଣାର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ତହୱୁର ରାଣା ଭାରତ ପ୍ରତ୍ୟର୍ପଣ ହେବାରୁ ବଞ୍ଚିବା ପାଇଁ କୋର୍ଟରେ ଅପିଲ୍ କରିଥିଲେ । ଆମେରିକା ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଜରୁରୀକାଳୀନ ରୋକ ଲଗାଇବା ପାଇଁ କହିଥିଲେ । ଏଥିରେ ଲେଖାଥିଲା କି, ଯଦି ମୋତେ ଭାରତ ପ୍ରତ୍ୟର୍ପଣ କରାଯିବ, ତେବେ ମୋତେ ସେଠାରେ ନିର୍ଯାତନା ଦିଆଯିବ ଏବଂ ମୋତେ ଅଧିକ ଦିନ ବଞ୍ଚିବାକୁ ଦିଆଯିବନାହିଁ । ଆମେରିକା ସୁପ୍ରିମକୋର୍ଟରେ ତହୱୁର ରାଣାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଲେଖାଯାଇଥିଲା ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ବହୁତ ହଇରାଣ କରାଯିବ । ମୁଁ ଭାରତରେ ଅଧିକ ଦିନ ବଞ୍ଚି ପାରିବି ନାହିଁ । ପାକିସ୍ତାନୀ ମୁସଲମାନ ହୋଇଥିବାରୁ ମୋତେ ଭାରତରେ ବହୁତ ନିର୍ଯାତନା ଦିଆଯିବ । ଏହାସହିତ ମୁଁ ପାକିସ୍ତାନୀ ସେନାର ସଦସ୍ୟ ଥିଲି । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଳେ ତହୱୁର ରାଣାର ଭାରତ ପ୍ରତ୍ୟର୍ପଣକୁ ଅନୁମୋଦନ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ଜରୁରୀ ଆବେଦନ କରିଥିଲା ତାହାଉର। ଏବେ ସେ ଲସ୍ ଏଞ୍ଜେଲସ୍ ଜେଲରେ ବନ୍ଦୀ ଅଛି । ସୂଚନାଯୋଗ୍ୟ, ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲା । ଆର୍ମି ମେଡିକାଲ କଲେଜରେ ପାଠପଢ଼ିବା ପରେ ୧୦ ବର୍ଷ ଧରି ପାକିସ୍ତାନ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରିଥିଲା । କିନ୍ତୁ ତହୱୁର ରାଣାକୁ ତା’ର କାମ ପସନ୍ଦ ଆସିନଥିବାରୁ ସେ ଏହି ଚାକିରି ଛାଡିଦେଇଥିଲା । ୨୦୦୬ ରୁ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ, ତହୱୁର ରାଣା ପାକିସ୍ତାନରେ ଡେଭିଡ ହେଡଲି ଏବଂ ଅନ୍ୟମାନଙ୍କ ସହିତ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଆକ୍ରମଣ ପରେ ସେ ବିଦେଶ ଚାଲିଯାଇଥିଲା । ଏବେ ତହୱୁର କାନାଡର ନାଗରିକ । ଏହାପୂର୍ବରୁ ଚିକାଗୋର ନାଗରିକ ମଧ୍ୟ ରହିସାରିଛି ।