କେନ୍ଦ୍ର ମନ୍ତ୍ରୀ ଙ୍କ ଗାଡିକୁ ଅଣ୍ଡା ମାଡ଼

ରାଜ୍ୟରେ ଜାରି ରହିଛି ଅଣ୍ଡାମାଡ଼ କରି ପ୍ରତିବାଦ । କେତେବେଳେ ଶାସକ ଦଳର ନେତାଙ୍କୁ ଅଣ୍ଡାମାଡ଼ ତ ପୁଣି ବିରୋଧୀ ଦଳ ନେତାଙ୍କ ଗାଡି କୁ ଶାସକ ଦଳ ର ସମର୍ଥକ ମାନଙ୍କ ଅଣ୍ଡାମାଡ଼ ଇ ପ୍ରତିବାଦ କରିବାକୁ ହେଲେ ଏହା ଏକ ପ୍ରଥା ରେ ପରିଣତ ହେଇ ଗଲାଣି କହିଲେ ଚଳେ I ସେହିପରି ଆଜି ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଥିବା ଜଣାପଡ଼ି ନାହିଁ।
କେନ୍ଦ୍ରାପଡ଼ାରେ ହେବାକୁ ଥିବା ଏଲ୍‌ଆଇସିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଯାଇଥିଲେ। କଲେଜ ଛକ ଓ ତିନି ମୁହାଣ ଛକ ନିକଟରେ ବିଜେଡିର କେତେକ ଯୁବକ ସଙ୍ଗଠନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ତ୍ରୀଙ୍କୁ କଳା ପତାକା ମଧ୍ୟ ଦେଖାଇଥିବା ଦେଖିବାକୁ ମିଳିଛି।

ଗତକାଲି ସେହି କେନ୍ଦ୍ରପଡା ଜିଲ୍ଲାରେ ଛାତ୍ର କଂଗ୍ରେସ ଓ ବିଜେପି ପକ୍ଷରୁ ହୋଇଥିଲା ଅଣ୍ଡା ମାଡ଼। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କେନ୍ଦ୍ରାପଡା ଗସ୍ତକୁ ବିରୋଧ କରି ଲ’ କଲେଜ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ ଅଣ୍ଡା ମାଡ଼ କରାଯାଇଥିଲା।

Comments (0)
Add Comment