ଲଖିମପୁର ଖେରି ହିଂସାକାଣ୍ଡରେ ପୁଅର ସମ୍ପୃକ୍ତି କୁ ଅସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର, ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ସମ୍ପୃକ୍ତି କୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି I ଏ ସମ୍ପର୍କରେ ଅଜୟ ମିଶ୍ର କହିଛନ୍ତି କି ଗାଡ଼ି ମାଡ଼ି କିଛି ଲୋକ ପ୍ରାଣ ହରାଇଥିବା କଥାକୁ ମୁଁ ସ୍ୱୀକାର କରୁଛି କିନ୍ତୁ ଘଟଣାସ୍ଥଳରେ ମୋ ପୁଅ ଆଶିଷ ମିଶ୍ର ଉପସ୍ଥିତ ନଥିଲେ I
ସେ କହିଛନ୍ତି, “ମହିନ୍ଦ୍ରା ଥର ଆମ ଗାଡ଼ି। ଆମ ଡ୍ରାଇଭର ଆକ୍ରମଣ ଶିକାର ହେବାରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା କିଛି ଲୋକଙ୍କ ଉପରେ ମାଡ଼ି ଯାଇଛି। ମୋ ପୁଅ କାର୍‌ରେ ନଥିଲା। କାରକୁ ପ୍ରଥମେ ଆକ୍ରମଣ କରାଯାଇଥିଲା। ତେଣୁ ଏହା ଭାରସାମ୍ୟ ହରାଇ କିଛି ଲୋକଙ୍କ ଉପରେ ମାଡ଼ି ଯାଇଥିଲା।
ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାଇଁ ମୁଁ ଦୁଃଖପ୍ରକାଶ କରୁଛି। ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ଘଟଣା ଦିନ ମୋ ପୁଅ ଦିନ ୧୧ଟାରୁ ସନ୍ଧ୍ୟା ଯାଏ ଆଉ ଗୋଟିଏ କାର୍ଯ୍ୟକ୍ରମରେ ଥିଲା। ଉକ୍ତ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ରହିଛି। ଅନେକ ଲୋକ ସାକ୍ଷୀ ଦେବାକୁ ମଧ୍ୟ ପ୍ରସ୍ତୁତ।
ହିଂସାରେ ଆମ ଡ୍ରାଇଭର ଓ ଆଉ ଦୁଇ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ଜଣେ କର୍ମୀ ଖସି ଆସିବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମହିନ୍ଦ୍ରା ଥର ସହ ଗୋଟିଏ ଫର୍ଚ୍ୟୁନରକୁ ଜାଳି ଦିଆଯାଇଛି। ମୋ ପୁଅ ସେଠାରେ ଥିଲା କି ନାହିଁ, ତା’ର କଲ ରେକର୍ଡ, ସିଡିଆର ଓ ଲୋକେସନକୁ ଯାଞ୍ଚ କରାଯିବା ଦରକାର।”
ଚାଷୀଙ୍କୁ ଧମକ ଦେବା ବେଳର ଅଡିଓ ଟେପ ସମ୍ପର୍କରେ ସେ କହିଛନ୍ତି, “ମୁଁ ସେଦିନି କ’ଣ କହିଥିଲି ତା’ର ସଂପୂର୍ଣ୍ଣ ଅଡିଓକୁ ଭାଇରାଲ କରାଯାଉ। ମୁଁ ଚାଷୀଙ୍କ ବିରୋଧରେ କୌଣସି ଅପଶବ୍ଦ କହିନି। ମୋ ଭାଷଣର କିଛି କଥାକୁ ଭାଇରାଲ କରାଯାଉଛି। ଚାଷୀଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି ହିଁ ପୂରା ଘଟଣାକୁ କାର୍ଯ୍ୟକାରୀ କରିଛନ୍ତି।”
ସେ ପୁଣି କହିଛନ୍ତି କି ଯେ କୌଣସି ତଦନ୍ତ କାରୀ ସଂସ୍ଥା ସମ୍ମୁଖ ରେ ଆମେ ହାଜର ହେବାକୁ ପ୍ରସ୍ତୁତ ଅଛୁ I

Comments (0)
Add Comment