କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼

ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ଗାଡି ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି I ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଙ୍କୁ ଜୋରଦାର ବିରୋଧ କରିବା ସହିତ କଳା ପତାକା ଦେଖାଇଥିଲା ଛାତ୍ର କଂଗ୍ରେସ । ମୁଣ୍ଡଳୀ ସ୍ଥିତ ସିଆଇଏସଏଫ୍ କେଆରଟିସିର ଏକ ବାରାକର ଉଦଘାଟନ ପାଇଁ ଆସିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ Iବିମାନ ବନ୍ଦରରୁ ବାହାରକୁ ଆସିବା ପରେ ଏୟାରପୋର୍ଟ ଛକରେ ମନ୍ତ୍ରୀଙ୍କ ଗାଡି ଉପରକୁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ ।
ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ସଂପୃକ୍ତି ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ ହୋଇଛନ୍ତି। ଅବଶ୍ୟ ଅଜୟ ମିଶ୍ରଙ୍କ ପକ୍ଷରୁ ଏହି ଘଟଣାକୁ ଅସ୍ବୀକାର କରାଯାଇଥିଲା I
ତେବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଦୁଇ ଜଣ ହତ୍ୟା କାଣ୍ଡ ସହିତ ସମ୍ପୃକ୍ତ, ଗୋଟିଏ ପଟେ ଉତ୍ତରପ୍ରଦେଶ ଲଖୀମପୁରରେ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଦେବା ମାମଲା ଓ ଅନ୍ୟପଟେ ମମିତା ମେହେର ହତ୍ୟା ମାମଲା । ମମିତା ମେହେର ହତ୍ୟା ପ୍ରତିବାଦରେ ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ବି ଅଣ୍ଡାମାଡ଼ କରିଥିଲା ଛାତ୍ର କଂଗ୍ରେସ ।ଏହା ପରେ ଧାରଣା ଦେଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଅଟକ ରଖିଥିଲା I

Comments (0)
Add Comment