ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମିଳିଲା ଇୟୁରୋପ ସଂସଦରେ ଭରପୁର ସମର୍ଥନ,

ରୁଷର-ୟୁକ୍ରେନ ଯୁଦ୍ଧ ର ୬ ଦିନରେ ମଧ୍ୟ ରୁଷ ର ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି I ଆଜି ପର୍ଯ୍ୟନ୍ତ ରୁଷ ନିକଟରେ ମୁଣ୍ଡ ନୁଆଇଁ ନାହିଁ ୟୁକ୍ରେନ I ଯୁଦ୍ଧ କ୍ଷେତ୍ରରେ ନିଜର ଦାମ ଦେଖାଇଛି ୟୁକ୍ରେନ I ଏହାଭିତରେ ୟୁରୋପୀୟ ୟୁନିୟନର ସଦସ୍ୟ ହେବାକୁ ଯାଉଛି ୟୁକ୍ରେନ। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ସୋମବାର ରାଷ୍ଟ୍ରପତି ଜେଲେନସ୍କି କରିଥିବା ଆବେଦନକୁ ଆଜି ୟୁରୋପୀୟ ସଂସଦ ଗ୍ରହଣ କରି ନେଇଛି। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ପରେ ୟୁକ୍ରେନ ୟୁରୋପୀୟ ୟୁନିୟନରେ ସାମିଲ ହୋଇଯିବ। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚନା କରାଯିବ। କାରଣ ୟୁକ୍ରେନ ନାଟୋ କିମ୍ବା ୟୁରୋପୀୟ ୟୁନିୟନରେ ସାମିଲ ନ ହେବା ଦରକାର ବୋଲି ରୁଷ ଚେତାବନୀ ଦେଇଥିଲା।ଏବେ ଏହାକୁ ବିଧିବଦ୍ଧ ମଞ୍ଜୁରୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି Iୟୁକ୍ରେନ ରାଷ୍ଟ୍ରପତି ଭୋଲଡେମୀର ଜେଲଂସ୍କି ମଙ୍ଗଳବାର ଇୟୁରୋପୀୟ ସଂସଦକୁ ସମ୍ବୋଧିତ କରିଛନ୍ତି। ଏଥିରେ ୟୁକ୍ରେନ ଏବେ ତାର ସ୍ୱାଧୀନତା ଲାଗି ସଂଘର୍ଷ କରୁଥିବାର କହିଥିଲେ। ଯଦିଓ ଋଷିଆ ଆମକୁ ସମ୍ପୂର୍ଣ୍ଣ ଘେରି ରହିଛି ତଥାପି ଆମେ ଭାଙ୍ଗିପଡିନୁ କି ନଇଁ ଯାଇନୁ କାରଣ ଆମେ ୟୁକ୍ରେନୀୟ ବୋଲି ସେ କହିଥିଲେ। ଏହି ସମୟରେ ସମସ୍ତେ ଛିଡ଼ା ହୋଇ ତାଙ୍କ ସାହାସକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ୟୁକ୍ରେନ ସହ ୟୁରୋପୀୟ ୟୁନିୟନ ରହିଛି ବୋଲି ପ୍ରମାଣ କରିବାକୁ ଦାବି କରିଥିଲେ ତେବେ ଇୟୁରୋପୀୟ ୟୁନିୟନ ସଂସଦରେ ଜେଲଂସ୍କି ସମ୍ବୋଧିତ କରିବା ପୂର୍ବରୁ ଜେନେଭାରେ ଅନୁଷ୍ଠିତ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭ ସମ୍ବୋଧିତ କରିଥିଲେ। ଲାଭାରୋଭ ଏବେ ୟୁକ୍ରେନ ପରମାଣୁ ଅସ୍ତ୍ରଶସ୍ତ୍ର ସଂଗ୍ରହରେ ଜୁଟି ଯାଇଥିବାର ଅଭିଯୋଗ ଆଣିଥିଲେ। ଯାହାକୁ ରୋକିବା ଏବେ ମସ୍କୋ ଲାଗି ସବୁଠୁ ବଡ଼ ଆହ୍ୱାନ ବୋଲି କହିଥିଲେ। ତେବେ ବୈଠକରେ ଅନେକ ଦେଶ କଖ୍ୟତ୍ୟାଗ କରିଥିଲେ।
ସେପଟେ ଜାତିସଂଘ ଶରଣାର୍ଥୀ ଏଜେନ୍ସୀ ୟୁକ୍ରେନରୁ ଏବେ ସୁଦ୍ଧା ୬ଲକ୍ଷ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଥିବାର ରିପୋର୍ଟ କରିଛନ୍ତି। ଏଥିରେ ଏବେ ଇୟୁରୋପୀୟ ସଂସଦ ଋଷିଆ ଉପରେ ନୂତନ ପର୍ଯ୍ୟାୟ କଟକଣା ଲାଗୁ ହେବ ବୋଲି କହିଛନ୍ତି ।