କାବୁଲ ବିସ୍ଫୋରଣ ପରେ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ କରି ପ୍ରତିଶୋଧ ନେଲା

ଅଗଷ୍ଟ ୨୬ ତାରିଖ ରାତିରେ ଆଫଗାନିସ୍ତାନର କାବୁଲରେ ଘଟିଥିଲା ଏକାଧିକ ବିସ୍ଫୋରଣ I ଏଥିରେ ମୃତାହତ ଙ୍କ ସଂଖ୍ୟା ସଠିକ ଜଣାପଡି ନ ଥିଲେ ମଧ୍ୟ ,ମୃତ୍ୟୁ ସଂଖ୍ୟା ବଢି ବଢି ୨୦୦ ପାଖାପାଖି ପହଂଚିଲାଣି I ଅନେକ ଆହତ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରୁଛନ୍ତି ,ତେଣୁ ମୃତ୍ୟୁ ସଂଖ୍ୟା ବଢି ଚାଲିଛି I ଏ ହି ବିସ୍ଫୋରଣ ରେ ଆମେରିକା ର ଅନେକ ସୈନ୍ୟ ପ୍ରାଣ ହରାଇ ଥିବା, ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ସକାଳୁ କାବୁଲ ବିସ୍ଫୋରଣରେ ସାମିଲ ଥିବା ଆଇସଏସ୍‌ ଆତଙ୍କୀ ସଂଗଠନର ଆଡ୍ଡା ଉପରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରି ପ୍ରତିଶୋଧ ନେଇଛନ୍ତି I
ବିସ୍ଫୋରଣ ଘଟଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ରେ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧନ କରି ଆକ୍ରମଣ କାରୀଙ୍କ ଙ୍କ ଵିରୋଦ୍ଧ ରେ କଡା ଆଭିମୁଖ୍ୟ ଗ୍ରହଣ କରିଥିବା କହିଛନ୍ତି I
ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିବା ଆଇଏସ୍‌ର ଜଣେ ଆତଙ୍କୀ ନିହତ ହୋଇଛି। ଆହୁରି ଅନେକ ସ୍ଥାନରେ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ କରିଥିଲେ ହେଁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଆଇଏସ୍‌ ହିଁ ଷଡ଼ଯନ୍ତ୍ର କରିଥିଲା। ଏହି ଯୋଜନାର ମାଷ୍ଟରମାଇଣ୍ଡ ଡ୍ରୋନ୍‌ ଷ୍ଟ୍ରାଇକରେ ନିହତ ହୋଇଛି। ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରାଣ ହରାଇଛି। କୌଣସି ସାଧାରଣ ଲୋକଙ୍କ କ୍ଷତି ହୋଇନାହିଁ। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଆମେରିକା ଡ୍ରୋନ୍‌ ତା’ର ଟାର୍ଗେଟକୁ ହିଟ୍‌ କରିଛି। ଆଗକୁ ମଧ୍ୟ ଆଅନ୍ୟପକ୍ଷରେ କାବୁଲରେ ପୁଣି ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଏୟାରପୋର୍ଟ ଗେଟ୍ ନିକଟରୁ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ନିଜ ଦେଶର ନାଗରିକ ନୁହନ୍ତି, ଆଫଗାନବାସୀଙ୍କୁ ମଧ୍ୟ ଏୟାରପୋର୍ଟ ଗେଟ୍‌ ଛାଡ଼ିବାକୁ ଆମେରିକା ପରାମର୍ଶ ଦେଇଛି।
ସେହିପରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆମେରିକା ଯୁଦ୍ଧଗ୍ରସ୍ତ କାବୁଲ ଏୟାରପୋର୍ଟରୁ ଉଦ୍ଧାର କାମ ଜାରି ରଖିଛି। ବିସ୍ଫୋରଣ ସତ୍ତ୍ୱେ ଆମେରିକା ପ୍ରାୟ ୭,୫୦୦ ଜଣଙ୍କୁ କାବୁଲ ଏୟାରପୋର୍ଟରୁ ଏୟାରଲିଫ୍ଟ କରିଛି। ତାଲିବାନ ଆମେରିକା ସେନାକୁ ଅଗଷ୍ଟ ୩୧ ସୁଦ୍ଧା କାବୁଲ ଛାଡ଼ିବାକୁ କହିଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ୱାଶିଂଟନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି।

Comments (0)
Add Comment