ପ୍ରଚାର ମୈଦାନ ରେ ଦୁଇ ନେତା ହେଲେ ହଟହଟା

ପଂଚାୟତ ନିର୍ବାଚନ ପ୍ରଚାର ପାଇଁ ବର୍ତମାନ ମୈଦାନ ରେ ବଡ଼ ବଡ଼ ନେତା ମାନଙ୍କର ପାଦ ପଡ଼ିଲାଣି I ଏହି ପରିସ୍ଥିତିରେ ଅନେକ ଜାଗାରେ ଜନତାଙ୍କ ପ୍ରଶ୍ନ ବାଣରେ ଘାଇଲା ହେବାକୁ ପଡୁଛି I କିଛି ଦିନ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ନିମାପଡା ନିର୍ବାଚନ ପ୍ରଚାର ରେ ଯାଇ ହଟହଟା ହୋଇଥିଲେ I ସେହିଭଳି ଆଜି ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଏବଂ କଂଗ୍ରେସ ର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ କ୍ଷେତ୍ରରେ ଘଟିଛି I ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର କରୁଥିବା ବେଳେ ଲୋକେ ତାଙ୍କୁ ପୂର୍ବ ପ୍ରତିଶ୍ରୁତି କୁଆଡେ ଗଲା କହି ଜବାବ ମାଗିଛନ୍ତି । ଭୂମିହୀନଙ୍କୁ ଏଯାବତ କାହିଁକି ପଟ୍ଟା ମିଳିନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଆଉ ମନ୍ତ୍ରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି । କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଏକାଧିକ ଗାଁରେ ଏଭଳି ପ୍ରଶ୍ନବାଣର ଶିକାର ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ସେହିଭଳି ସମାନ ଅବସ୍ଥା ଭୋଗିଛନ୍ତ ବଲାଙ୍ଗୀରର କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବଲାଙ୍ଗୀର ଆଗଲପୁର ବ୍ଲକ ରେଙ୍ଗାଲି ଗାଁକୁ ଯାଇ ଜନତାଙ୍କ ଆକ୍ରୋଶ ର ଶିକାର ହେଇଛନ୍ତି I ଅନ୍ୟପଟେ ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରଚାର କରୁଥିବା ବେଳେ ଲୋକେ ଉତ୍ୟକ୍ତ ହୋଇ ,ଭୋଟର ଆଉ ମଦ, ମାଂସ ଓ ଟଙ୍କାରେ ମୁଣ୍ଡ ବିକିବେ ନାହିଁ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ଭୋଟରଙ୍କୁ ବିକାଶ ଦରକାର, ଦୁଃଖ ବୁଝୁଥିବା ନେତା ଦରକାର । ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେଇ ଦେଖାଦେଉନଥିବା ନେତାଙ୍କୁ ଆଉ ଭରସି ପାରୁନାହାନ୍ତି ଭୋଟର । ଯେଉଁଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ସ୍ଥାନରେ ନେତାଙ୍କୁ ଜନତାଙ୍କ ପ୍ରଶ୍ନବାଣର ଶିକାର ହେଉଥିବାର ଦେଖିବାକୁ ମିଳୁଛି । କାରଣ ନେତାମାନେ ନିର୍ବାଚନ ସମୟରେ ବହୁପ୍ରତିଶୃତି ଦେଇଥାନ୍ତି କିନ୍ତୁ ନିର୍ବାଚନ ପରେ ଭୋଟରଙ୍କ ଅସୁବିଧା ସମୟରେ ଏହି ନେତାମାନଙ୍କର ଥରୁଟିଏ ବି ଦର୍ଶନ ପାଇବା କଷ୍ଟ ହୋଇ ପଡିଥାଏ ଇଡ଼ିଜିଟାଲ ଯୁଗରେ ଭୋଟର ବି ଏବେ ସଚେତନ ହେଲେଣି ,ତେଣୁ ନେତାମାନେ ନିଜର ପ୍ରତିଶୃତି ରକ୍ଷା ନ କଲେ ଏଇ ଭଳି ଅବସ୍ଥା ଭୋଗିବାକୁ ପଡିବ I

Comments (0)
Add Comment