ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ ହେବ। ପାଇଁ ବାଜିଲା ବିଗୁଲ। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିବା ପିପିଲି ଆସନ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି, ଉପନିର୍ବାଚନ ର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ସୁଶୀଲ କୁମାର ଲୋହାନୀ । ପୂର୍ବରୁ ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା, କିନ୍ତୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା । ତେଣୁ ହେବାକୁ ଥିବା ଉପନିର୍ବାଚନ ବନ୍ଦ ହୋଇଗଲା Iଏହାପରେ ରାଜ୍ୟ ରେ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣତି ହେବ । ସେହି ଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର ।ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି ।
ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେମାନଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ହେଉଛନ୍ତି ବିଜେପି, କଂଗ୍ରେସ, ବିଜେଡି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି I
ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର କରିବା ନିମନ୍ତେ ଅନୁମତି ମିଳିଛି। ମାତ୍ର ୯ ଦିନ ପାଇଁ ହେବ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି।

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ୩ଟି ଆସନ ପାଇଁ ମଧ୍ୟ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି କମିଶନର ।

Comments (0)
Add Comment