ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଟିମ

ଭୁବନେଶ୍ୱର: ଆଜି ବିଶେଷଜ୍ଞ ଟିମ ପୁରୀ ଶ୍ରୀମନ୍ଦିରର ଗୁପ୍ତ ରତ୍ନଭଣ୍ଡାର ଓ ସୁଡ଼ଙ୍ଗ ଖୋଜିବେ । ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତାହାର ତଦାରଖ କରିବେ । ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ଏହାର ଯାଞ୍ଚ ସହ ତଦାରଖ କରାଯିବ । ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ବିଶେଷଜ୍ଞ ଟିମ ଦ୍ୱାରା ଯାଞ୍ଚ କରାଯିବ । ରତ୍ନଭଣ୍ଡାରରେ କିଛି ଅଛି କି ନାହିଁ ତାହାର ତଦାରଖ କରାଯିବ । ଗୁପ୍ତ ରତ୍ନଭଣ୍ଡାର ଓ ସୁଡ଼ଙ୍ଗ ଅଛି କି ନାହିଁ ଟିମ ଯାଞ୍ଚ କରିବ ।  ଏସଓପି ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ୟ୍ୟ ସରିବା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ୱାର ପଟେ ବାଇଶି ପାହାଚଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ।