ଓଡ଼ିଆ ଖାଦ୍ୟର ମହତ୍ୱ ବଢାଇଛି ଜନଜାତି ଖାଦ୍ୟ
ଭୁବନେଶ୍ୱର : ବିଶ୍ୱ ଓଡ଼ିଆ ପରିବାର ଦ୍ୱାରା ଆୟୋଜିତ ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫ର ପଞ୍ଚମ ଦିବସରେ ଅତିଥି ଭାବରେ ଯୋଗ ଦେଇ ସିନେକଳାକାର, ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେଉଁ , ଖାଦ୍ୟରେ ମା’ ଶବ୍ଦ ଅଛି ସେ ଖାଦ୍ୟ ପ୍ରକୃତ ଓଡି଼ଆର ଖାଦ୍ୟ ଓଡ଼ିଆର ଖାଦ୍ୟ। ଡାଲମା ଓଡ଼ିଆର ମାନସିକତାକୁ ନେଇ ଋଚିପୂର୍ଣ୍ଣ , ସୁସ୍ୱାଦୁ ଅଟେ। ଜଗନ୍ନାଥଙ୍କ ଅଭଡା ଓଡ଼ିଶାର ପରମ୍ପରା ସହିତ ଜଡିତ ବୋଲି ସେ କହିଛନ୍ତି। ଅନ୍ୟତତମ ଅତିଥି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ବରା ସିଂହଡା ଭଲି ଖାଦ୍ୟ ଏଭଳି ମହୋତ୍ସବ ଦ୍ୱାରା କଟକ ଭୁବନେଶ୍ୱର ଭଳି କସମୋପଲିଟିଆନ ସହରେରେ ବେଶ ଆଦୃତ ହୋଇପାରିଛି। ଓଡ଼ିଶାର ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଡ଼ ଦେବପ୍ରସାଦ ଦାସ କହିଲେ ଯେ, ଖାଦ୍ୟମହୋତ୍ସବ ଏଭଳି କରାଯାଇପାରେ ବୋଲି ତାଙ୍କର କଳ୍ପନା ବାହାରେ ଥି ଲା। ବିଶ୍ୱ ଓଡ଼ିଆ ପରିବାରର ଏପରି ଉଦ୍ୟମ ପ୍ରଶଂସନୀୟ ବୋଲି ଉଭୟ ଅତିଥର କହିଥିଲେ। କାର୍ଯ୍ୟକ୍ରମରେ ବିଜେପି ବରିଷ୍ଟ ନେତା ଦିଲ୍ଲିପ ମଲ୍ଲିକ ଓ ଗୋଲକ ମାହାପାତ୍ର ଉତ୍ସବର ପ୍ରଂସଶା କରିଥିଲେ। ଭାବରେ ଯୋଗଦେଇଥିଲେ।
ବିଶ୍ୱ ଓଡ଼ିଆ ପରିବାର ଦ୍ୱାରା ଆୟୋଜିତ ପଂଚମ ଦିବସରେ ଏକ ଆଲୋଚନା ଚକ୍ରରେ ଏହି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଯେ, ଜନଜାତି ଖାଦ୍ୟ କେବଳ ଖାଦ୍ୟ ନୁହେଁ ଏହା ଓଡ଼ିଶାର ମୌଳିକ ପରମ୍ପରା ଓ ବ୍ୟକ୍ତିର ସ୍ୱାସ୍ଥ ସହିତ ଜଡ଼ିତ । ଜନଜାତି ଖାଦ୍ୟର ଯଥେଷ୍ଟ ଔଷଧୀୟ ଗୁଣ ଅଛି ବୋଲି ବିଶେଷଜ୍ଞମାନେ ଅକାଟ୍ୟ ଯୁକ୍ତି ଦେଇଛନ୍ତି। କେବଳ ପ୍ରଚାରରେ ସୀମିତ ନ ରହି ପ୍ରତ୍ୟେକ ଘରେ ଘରେ ଏହାର ବ୍ୟବହାର ହେଲେ ଆମର ବିଲୁପ୍ତପ୍ରାୟ ପାରମ୍ପରିକ ଓଡ଼ିଆ ଖାଦ୍ୟ ବଂଚି ରହିବ ଓ ବିଶ୍ୱରେ ଖାଦ୍ୟ କ୍ଷେତ୍ରରେ ଏହାର ଗୁରୁତ୍ୱ ମଧ୍ୟ ବଢିବ। ଫଳରେ ଏହା ଉଭୟ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଦିଗରେ ମହତ୍ୱ ବଢିବ। ତେବେ ଏହି ନିଆରା ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏହି ମହୋତ୍ସବରେ କେବଳ କିଣାବିକାରେ ସୀମିତ ରହି ଓଡ଼ିଆ ଖାଦ୍ୟର ମୌଳିକତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ଆଲୋଚନା ଚକ୍ର କରିବା ଏକ ପ୍ରଶଂସନୀୟ ପଦକ୍ଷେପ ଅଟେବୋଲି ବିଶେଷଜ୍ଞମାନେ ଏହି ଅନୁଷ୍ଠାନର ପ୍ରଶଂସା କରିଛନ୍ତି।
ଏହି ବିଶ୍ୱ ଓଡ଼ିଆ ପରିବାର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଜନଜାତି ବିଶେଷଜ୍ଞ ଡଃ ପରମାନନ୍ଦ ପଟେଲ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ ସ୍ୱାଇଁ, ଜନଜାତି ବିଶେଷଜ୍ଞ ଡଃ ରଂଜନ ପ୍ରଧାନ, ଜନଜାତି ସଂସ୍କୃତି ଓ ଜନଜାତି ଦ୍ରବ୍ୟ ଉତ୍ପାଦକ ବିଶେଷଜ୍ଞ ଡଃ ମନୋଜ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଜଣାଶୁଣା ଖାଦ୍ୟ ବିଶେଷଜ୍ଞ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ଡଃ ପଦ୍ମଲୋଚନ ଦାସ ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ପୂର୍ବାହ୍ଣରେ କୁନି କୁନି ପିଲାଙ୍କ ଦ୍ୱାରା ଖାଦ୍ୟ ଉପରେ ମନମୁଗ୍ଧକର ଚିତ୍ରାଙ୍କନ ଏବଂ ବିଲୁପ୍ତ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନେ ଖାଦ୍ୟ ସମ୍ବନ୍ଧୀୟ ବିଷୟ ଉପରେ ଚିତ୍ରାଙ୍କନ ବେଶ୍ ମନମୁଗ୍ଧକର ହୋଇଥିଲା। ଏଥିରେ ରବିନାରାୟଣ ରଥ, ଶ୍ରୀମତୀ କବିତା ମିଶ୍ର, ମୀନା ପାଣିଗ୍ରାହୀ,ଲୋପାମୁଦ୍ରା ଧଳ ପ୍ରମୁଖ ବିଚାରକ ଭାବରେ ଯୋଗଦେଇଥିଲେ।
ଏହି ଖାଦ୍ୟ ପ୍ରତିଯୋଗିତାରେ ଓଡ଼ିଶାରେ ଯେଉଁ ଖାଦ୍ୟଗୁଡ଼ିକ ଅତ୍ୟନ୍ତ ଉପାଦେୟ ଓ ପୃଷ୍ଠିକର ତାହାକୁ ଅବହେଳା କରାଯାଉଥିବା ବେଳେ ଏହି ପ୍ରତିଯୋଗିତାରେ ସେହି ବିଲୁପ୍ତ ଖାଦ୍ୟପ୍ରସ୍ତୁତ ଦେଖିବାକୁ ମିଳୁଥିଲା। କାଞ୍ଜି, ଓଲୁଅ ଚଟଣୀ, ମୂଳ ବରା, ପସାରୁଣୀ ପତ୍ରବରା, ଗଙ୍ଗଶିଉଳି ପକୁଡ଼ି, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରକାର ସନ୍ତୁଳା, ଟକ ଭେଣ୍ଡି ଚଟଣୀ ପ୍ରସ୍ତୁତ ହୋଇଥିଲା। ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ମୀନା ପାଣିଗ୍ରାହୀ ଓ କନକଲତା ଭଞ୍ଜ ବିଚାରକ ଭାବେ ଯୋଗଦେଇଥିଲେ। ସଂଗୀତା ଦାସ ଓ ଡଃ ପ୍ରୀତିପ୍ରତିଭା ଭୋଳ ସଂଚାଳନ କରିଥିଲେ। ଶୁଙ୍ଘିବା, ସ୍ପର୍ଶ କରି କହିବା ପ୍ରତିଯୋଗିତା ହୋଇଥିଲା। ରାଜ୍ୟ ଶିଶୁ ଅଧିକାର କମିଶନର ସଦସ୍ୟ ଶ୍ରୀମତୀ ସୁଜାତା ନାୟକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଡିଭାଇନ୍ ଡ୍ୟାନ୍ସ ମ୍ୟୁଜିକ ଏକାଡ଼େମୀ, ଶୈଳଶ୍ରୀ ବିହାର ପିଲାମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ସଂଗୀତ ପରିବେଷଣ କରିଥିଲେ।