ଆମେରିକା ସୈନ୍ୟ ଯିବା ପରେ ଫାଙ୍କା ଗୁଳି ଚାଳନା କରି ଖୁସି ମନାଇଲେ ତାଲିବାନୀ

ଦୀର୍ଘ ୨୦ ବର୍ଷ ପରେ ତାଲିବାନ ପୁଣି ଥରେ ଆଫଗାନିସ୍ଥାନ ର କ୍ଷମତା ଦଖଲ କଲା I ୧୧ ସେପ୍ଟେମ୍ବର ୨୦୦୧ ମସିହା ପରେ ଆଫଗାନିସ୍ତାନ ମାଟିରେ ପାଦ ଦେଇ ଆରମ୍ଭ କରିଥିବା ଆତଙ୍କବାଦୀ ନିପାତ ଅଭିଯାନ ର ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣଛେଦ ପଡିଛି Iଆଫଗାନିସ୍ତାନରେ ଯୁଦ୍ଧ ଲଢ଼ିବା ପରେ ସୋମବାର ଆମେରିକୀୟ ତାର ସେନା କୁ ଅପସାରଣ କରିନେଇଛି I ସୋମବାର ଆମେରିକାର ଶେଷ ଫ୍ଲାଇଟ୍ ଉଡ଼ାଣ ଭରିବା ପରେ ତାଲିବାନ ପ୍ରବଳ ଗୁଳିବର୍ଷା କରି ନିଜର ଖୁସି ଜାହିର କରିଛନ୍ତି ଇ ଏହା ପରେ ତାଲିବାନ ମାନେ ଆମେରିକା ସେନା ଯିବା ପରେ ତୁରନ୍ତ କାବୁଲ ବିମାନ ବନ୍ଦର କୁ କବ୍ଜାକରି ନେଇଛି I। କବଜା କରିବା ପରେ ଆଫଗାନିସ୍ତାନ ରାଜଧାନୀର ଆକାଶରେ ଆତଶବାଜୀ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆମେରିକା ଫ୍ଲାଇଟ୍ କାବୁଲ ଏୟାରପୋର୍ଟ ଛାଡ଼ିବାର ଘଣ୍ଟାଏ ପରେ ତାଲିବାନ ଖୋଲା ଆକାଶରେ ଫାଙ୍କା ଗୁଳି ବିନିମୟ ସାଙ୍ଗକୁ ଆତଶବାଜୀ ମଧ୍ୟ କରି ଏକ ପ୍ରକାର ଖୁସି ର ଉତ୍ସବ ଆରମ୍ଭ କରିଥିଲା I

ଖୁସି ହେବାର କାରଣ ହେଉଛି, ଅନ୍ୟ ଦେଶର ସୈନ୍ୟମାନେ ଆଫଗାନିସ୍ତାନ ଖାଲି କରି ଫେରି ଯାଇଛନ୍ତି । ତାଲିବାନୀମାନେ ସେହି ସହରରେ ଶୋଭାଯାତ୍ରା କରିଥିଲେ ଯେଉଁଠାରେ ତାଲିବାନ ବିରୋଧୀ ଗୋଷ୍ଠୀ କିଛି ଦିନ ପୂର୍ବରୁ ଶୋଭାଯାତ୍ରା କରିଥିଲେ । କାନ୍ଧାହାରର ଏକ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ତାଲିବାନୀ ଏକାଠୀ ହୋଇ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆଫଗାନିସ୍ତାନ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ । ଦୀର୍ଘ ୨୦ ବର୍ଷର ସଂଘର୍ଷ ପରେ ବୃହତ ଶକ୍ତିମାନଙ୍କ ଠାରୁ ଦେଶ ଆଜି ମୁକ୍ତି ପାଇଛି । ଏହା ସମଗ୍ର ବିଶ୍ବ ପାଇଁ ଏକ ଶିକ୍ଷା ।

ଗୋଟିଏ ପଟେ ତାଲିବାନୀ ମାନେ ଅନ୍ୟ ଦେଶର ଜାତୀୟ ପତାକାକୁ କଫିନରେ ଘୋଡାଇ ଖୁସି ମନାଉଥିବା ବେଳେ ଅନ୍ୟ ପଟେ ବିଭିନ୍ନ ଦେଶ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯିବା ସହିତ ନିନ୍ଦା କରାଯାଇଛି ।
ପରେ କାବୁଲ ଏୟାରପୋର୍ଟରେ ତାଲିବାନୀ ଧ୍ୱଜା ଉଡ଼ାଇବା ସହ ବିଜୟର ନାରା ଲଗାଯାଇଥିଲା। ତାଲିବାନର ଶୀର୍ଷ ନେତା ଅନସ ହକ୍କାନୀ କହିଛନ୍ତି ଯେ ଆମେରିକା ଆନୁଷ୍ଠାନିକ ଭାବେ ୧୯ ବର୍ଷ ୧୦ ମାସ ପରେ ଆଫଗାନିସ୍ତାନ ଛାଡ଼ି ଦେଇଛନ୍ତି।ଆମେରିକା ସୈନିକର ପ୍ରତ୍ୟାବର୍ତ୍ତନକୁ ତାଲିବାନ ଐତିହାସିକ ବୋଲି କହିଛି। ଏହା ସହ ଆଫଗାନିସ୍ତାନ ଏବେ ‘ସମ୍ପୂର୍ଣ୍ଣ ସ୍ୱାଧୀନ’ ବୋଲି ତାଲିବାନ କହିଛି। ଅନ୍ୟପକ୍ଷରେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଯେଉଁମାନଙ୍କୁ ଆମେ ବାହାର କରିବାକୁ ଚାହୁଁଥିଲୁ, ସେମାନଙ୍କୁ ଉଦ୍ଧାର କରିପାରିଲୁ ନାହିଁ। ଯଦି ଆମେ ଆଉ ୧୦ ଦିନ ରହିଥାନ୍ତୁ, ତାହେଲେ ସେ ସମସ୍ତଙ୍କୁ ଉଦ୍ଧାର କରିନେଇଥାନ୍ତୁ। ତଥାପି ଲୋକେ ନିରାଶ ହୋଇଥାନ୍ତେ। ଅଧିକାରୀ ଜଣକ କହିଛନ୍ତି ଯେ ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଏକ ‘କଠିନ ସମୟ’। । ଏହା ସହ ଆଫଗାନିସ୍ତାନ ମାଟିରେ ଆମେରିକା ପକ୍ଷରୁ ଆତଙ୍କବାଦୀ ସହ ଜାରି ରହିଥିବା ଲଢ଼େଇ ଶେଷ ହୋଇଯାଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆମେରିକା ସେନା ପ୍ରତ୍ୟାହାର ଘୋଷଣା କରିବା ପରେ ୧୮ ଦିନରେ ଆଫଗାନିସ୍ତାନରୁ ୧ ଲକ୍ଷ ୨୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଆମେରିକାର ୬ ହଜାର ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି। କିଛି ଆଫଗାନ ନାଗରିକ ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ୁଛନ୍ତି ।

Comments (0)
Add Comment