ଆଫଗାନ ସରକାର କର୍ମଚାରୀ ଙ୍କୁ କ୍ଷମା ଘୋଷଣା କଲା ତାଲିବାନ

ତାଲିବାନ କ୍ଷମତା ଦାଖଲ କରିବା ପରେ ଘୋଷଣା କରିଛନ୍ତି କି, ଯେଉଁ କର୍ମଚାରୀ ମାନେ ଆଫଗାନିସ୍ତାନ ସରକାରଙ୍କ ଅଧୀନ ରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବଭଳି ନିଜ କାମ କରିପାରିବେ। ସେମାନଙ୍କୁ କ୍ଷମା ଘୋଷଣା କରିବାବେଳେ ମହିଳାମାନଙ୍କୁ ମଧ୍ୟ ତାଙ୍କ ସରକାରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ତାଲିବାନର ଜଣେ ଅଧିକାରୀ । ଇସଲାମିକ୍ ଏମିରେଟ୍ସର ସାଂସ୍କୃତିକ ଆୟୋଗର ସଦସ୍ୟ ଏନାମୁଲ୍ଲା ସାମଙ୍ଗାନି ଆଫଗାନିସ୍ତାନ ରାଜ୍ୟ ଟେଲିଭିଜନରେ ଏହି ମନ୍ତବ୍ୟ ଦେଇଛନ୍ତି।
ଏଥିସହ ମହିଳା ଆଙ୍କରମାନଙ୍କୁ ମଧ୍ୟ ନ୍ୟୁଜ୍‌ ପଢ଼ିବାକୁ ସୁବିଧା ଦିଆଯାଇଛି। ଟେଲିଭିଜନରେ ମହିଳାମାନଙ୍କ ଦ୍ୱାରା ନ୍ୟୁଜ ପରିବେଷଣ କରିବାରେ ସେମାନଙ୍କ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତ। ଏହି ଘୋଷଣା ପରେ ଟୋଲ ନ୍ୟୁଜର ମହିଳା ନ୍ୟୁଜ ପ୍ରେଜେଣ୍ଟର ତାଙ୍କ କାମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ଦୀର୍ଘ ୨୦ ବର୍ଷ ର ବ୍ୟବଧାନ ପରେ ଆଫଗାନିସ୍ତାନକୁ ତାଲିବାନ ଶାସନ ପୁଣି ଫେରିଛି , ପୁରା ଦେଶରେ ଏବେ ଭୟର ବାତାରଣ ଜାରି ରହିଛି। ଲୋକେ ତାଲିବାନୀଙ୍କ ବର୍ବରତାରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ଦେଶ ଛାଡୁଛନ୍ତି। ସେହିପରି ମହିଳାମାନେ ଘରୁ ବାହାରକୁ ବହାରିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ନିଜକୁ ଘର ଭିତରେ ବନ୍ଦ କରି ରଖୁଛନ୍ତି। ଆଫଗାନିସ୍ତାନ ର ରାଜନୈତିକ ବିଫଳତା ଏବେ ସାରା ବିଶ୍ୱ ର ଚିନ୍ତା ର କାରଣ ପାଲଟିଛି I ଭାରତ ମଧ୍ୟ ତାର ୧୨୦ ଜଣ ନାଗରିକ ଙ୍କୁ ସୁରକ୍ଷିତ ଅବସ୍ଥା ରେ ଫେରେଇ ଆଣିପାରିଛି I

Comments (0)
Add Comment