ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବା ପ୍ରସଙ୍ଗ ନେଇ ପ୍ରେସମିଟ କଲା ପ୍ରଦେଶ ଛାତ୍ର କଂଗ୍ରେସ

ଚଳିତ ଥର ବିଧାନ ସଭା ମୌସୁମୀ ଅଧିବେଶନ ରେ ଆରମ୍ଭ ରୁ ହିଁ ରାଜ୍ୟ ରେ ବିଭିନ୍ନ ପ୍ରସଙ୍ଗ ନେଇ ହୋ-ହାଲ୍ଲା ,ନାରାବାଜି ଚାଲିଛି Iରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିବା ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଛି କଂଗ୍ରେସ I ସେଥି ମଧ୍ୟ ରୁ ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସରକାର ଘଣ୍ଟ ଘୋଡ଼ାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ସେହିପରି ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଗାମୀ ୭ ତାରିଖରେ ବିଧାନସଭା ଘେରାଉ କରିବ ପ୍ରଦେଶ ଛାତ୍ର କଂଗ୍ରେସ ।୨ ଜାନୁଆରୀ, ୨୦୨୧ ବିଜେପି ନେତା କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀଙ୍କ ନାଁ ଥିଲା FIRରେ। ଏହାର ପ୍ରାୟ ୫ ମାସ ଧରି ତଦନ୍ତ ପରେ ମେ’ରେ ଚାର୍ଜସିଟ୍ ଦାଖଲ କରିଥିଲା ମାହାଙ୍ଗା ପୁଲିସ। ସେଥିରେ କିନ୍ତୁ ନଥିଲା ମନ୍ତ୍ରୀଙ୍କ ନାଁ। ଏନେଇ ଗତ ଅଗଷ୍ଟ ୧୬ରେ ସାଲେପୁର JMFC କୋର୍ଟରେ ରମାକାନ୍ତ ଦାଖଲ କରିଥିଲେ ଏକ ପ୍ରୋଟେଷ୍ଟ ପିଟିସନ। ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କ ସଂପୃକ୍ତିର ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଗତ ୨୫ ତାରିଖରେ ମାହାଙ୍ଗା ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ। ତାପରଠୁ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ ବିରୋଧୀ I
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଯାଉଛି ବୋଲି ଦଳ ଅଭିଯୋଗ କରିଛି । ମାହାଙ୍ଗା ଡବଲ ମଡର ଘଟଣାରେ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଛାତ୍ର କଂଗ୍ରେସ ଆଜି ପ୍ରେସମିଟ୍ କରି କହିଛି I

Comments (0)
Add Comment