ଇତିହାସ ରଚିଲା ସେୟାର ବଜାର

ଆଜି ସେନସେକ୍ସ ନୂଆ ଇତିହାସ ରଚିଛି । ଆଜି ସକାଳୁ କାରବାର ଆରମ୍ଭ ହେବା ମାତ୍ରେ ବିଏସଇ ସେନସେକ୍ସ ୨୭୩ ପଂଏଟ ବଢି ୬୦ ହଜାର ଅତିକ୍ରମ କରିଛି । ବ୍ୟାଙ୍କିଙ୍ଗ, ଆଇଟି ସେକ୍ଟର ଓ ରିଅଲିଟି ସେକ୍ଟରର ସେୟାରରେ ଭଲ ବୃଦ୍ଧି ହୋଇଛି । ସେହିଭଳି ନିଫଟି ବି ୭୫ ପଂଏଟ ବଢି ପାଖାପାଖି ୧୮ ହଜାର ପଂଏଟରେ ପହଂଚିଛି । ନିଫଟିରେ ବି ଏହା ହେଉଛି ରେକର୍ଡ ।ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାରରେ କୌଣସି ପରିବର୍ତନ କରିନାହିଁ । ଏହାର ପ୍ରଭାବରେ ସେୟାର ବଜାର ଉତ୍ସାହଜନକ ରହିଛି । ଚୀନର ଏକ ରିଅଲ ଇଷ୍ଟେଟ କମ୍ପାନୀ ଇଭରଗ୍ରାଣ୍ଡ ଦେବାଳିଆ ସ୍ଥିତିକୁ ଆସିଯାଇଛି । ଆଉ ଏହାର ପ୍ରଭାବ ବି ସେୟାର ବଜାର ଉପରେ ପଡୁଛି । ଚୀନର ଏହି ରିଅଲ ଇଷ୍ଟେଟ କମ୍ପାନୀ ଉପରେ ପାଖାପାଖି ୨୨ ଦଶମିକ ୪୫ ଲକ୍ଷ କୋଟି ବକେୟା ରହିଛି । ତେଣୁ ଚୀନର ଚିନ୍ତାକୁ ପଛରେ ପକାଇ ସେୟାରବଜାରରେ ଉତ୍ସାହଜନକ ରହିଛି । ଗତକାଲି ବି ସେୟାର ବଜାରରେ ଉତ୍ସାହ ଜାରି ରହିଥିଲା । ବିଏସଇ ୧୦୩୦ ପଂଏଟ ବଢି ୫୯ ହଜାର ୯୫୭ ପଂଏଟରେ ପଂହଚିଥିଲା ।

Comments (0)
Add Comment