ଆସନ୍ତା ଦୁଇ ଦିନ ରାଜ୍ୟରେ ଜାରି ରହିବ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପଶ୍ଚିମାଝଡ଼ ପ୍ରଭାବରେ ଗତ ୨୩ ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଂଚଳରେ ଭୀଷଣ ବର୍ଷା ହୋଇଥିବା ବେଳେ ଆଗକୁ ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି । ଉତ୍ତର ଓ ପୂର୍ବ ଓଡ଼ିଶାର ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଥଣ୍ଡା ପବନ ବୋହୁଛି I ଘନ କୁହାଇଡ଼ି ସାଙ୍ଗକୁ ପାଗ ପୁରାପୁରି କୋହଳ ରହିଛି I ଏହି ପରିପ୍ରେକ୍ଷୀରେ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ବର୍ଷା କାରଣରୁ ରାଜ୍ୟର ଶୀତର ପରିମାଣ କମିବ ।
ପଶ୍ଚିମାଝଡ଼ ପ୍ରଭାବରେ ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ନଜର ରେ ରଖି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡ଼ିକ ହେଲା; ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, କଟକ, କେନ୍ଦ୍ରପଡ଼ା ଓ ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି । ପାଗ ମେଘୁଆ ଥିବାରୁ ଗତ ଦୁଇ ଦିନ ଧରି ଗାୟବ ରହିଥିବା ଶୀତ ପୁଣି ୨୭ ତାରିଖ ବେଳକୁ ଲେଉଟାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି I

Comments (0)
Add Comment