ଟୀକାକରଣରେ ଏହି ରାଜ୍ୟ ରେକର୍ଡ ସୃଷ୍ଟି କଲା : ଉଭୟ ଡୋଜ ପୂରଣ କରିବାରେ ହେଲା ପ୍ରଥମ ରାଜ୍ୟ

ମାଚଳ ପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଶନିବାର (୪ ଡିସେମ୍ବର) ସମସ୍ତ ଯୋଗ୍ୟ ଥିବା ବୟସ୍କ ବ୍ୟକ୍ତିଙ୍କ ଉଭୟ ଡୋଜ ଟୀକାକରଣ ସମାପ୍ତ ହୋଇଛି।
କୋଭିଡ 19 ବିରୋଧରେ ଲଢ଼ିବା ପାଇଁ ସାରା ଦେଶରେ ଟୀକାକରଣ ଉପରେ ଖୁବ ଗୁରୁତ୍ୱ ଦିଆଯାଉଛି I ଏଭଳି ପରିସ୍ଥିତିରେ ହିମାଚଳ ପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠାରେ ସମସ୍ତ ଯୋଗ୍ୟ ବୟସ୍କଙ୍କ ଉଭୟ ଡୋଜ ର ଟୀକାକରଣ ସମାପ୍ତ ହୋଇଛି। ରାଜ୍ୟର ଜଣେ ସରକାରୀ ମୁଖପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି।

ସେ ସୂଚନା ଦେଇଛନ୍ତି ଯେ ରାଜ୍ୟର ୫୩ ,୮୬ ,୩୯୩ ଯୋଗ୍ୟ ବୟସ୍କ ବ୍ୟକ୍ତି ଙ୍କୁ ଟୀକାକରଣର ଦ୍ୱିତୀୟ ମାତ୍ରା ଦିଆସରିଛି । ମୁଖପାତ୍ର କହିଛନ୍ତି ଯେ ହିମାଚଳ ପ୍ରଦେଶ ଅଗଷ୍ଟ ମାସ ସୁଦ୍ଧା ସମସ୍ତ ବୟସ୍କ ନାଗରିକଙ୍କୁ ପ୍ରଥମ ଡୋଜ ର ଟୀକାକରଣ କରି ସାରିଥିଲା I ଟୀକାକରଣ ସମାପ୍ତ କରିବାରେ ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ I
ଉଲ୍ଲେଖନୀୟ କଥା ହେଉଛି, ରବିବାର ଦିନ AIIMS ବିଳାସ ପୁରରେ କୋଭିଡ -19 କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ I ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ଅଂଶଗ୍ରହଣ କରିବେ। ଏହି ସମୟରେ ନାଗରିକମାନଙ୍କୁ ଟୀକାକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରିବା ସହିତ ପ୍ରମାଣପତ୍ର ଦିଆଯିବ I

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜୀବ ସାଇଜଲ ମଧ୍ୟ ଉପସ୍ଥିତ ରହିବେ।

Comments (0)
Add Comment