ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
-ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଲା
-ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି
-ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି
-ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢ଼ିଲା