ନୌକା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାନଦୀରେ ନୌକା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର I ଝାରସୁଗୁଡା ଜିଲ୍ଲା ଶରଧାରେ ଏହି ନୌକା ଦୁର୍ଘଟଣା ଘଟିଥିଲା I ଏଥିରେ ଲଖନପୁର ର ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତି ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ସ୍ଥଳରେ RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସ ପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି. ଉଦ୍ଧାର କାର୍ଯ୍ୟ ରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRC ଙ୍କୁ ନିର୍ଦେଶ ଦେଇଛନ୍ତି. ନିଖୋଜ ମାନଙ୍କୁ ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ୫ ଜଣ ସ୍କୁବା ଡାଇଭର ଓ ୨ ଟି ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଉଛି । ସୂଚନାଯୋଗ୍ୟ ଯେ ନୌକା ରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ଆମ୍ବାଭୋନା ବ୍ଲକ ର ପଥରସେନି କୁ ଯାଉଥିଲେ।