ଚଳିତବର୍ଷ ମଧ୍ୟ ଦିଆଯିବନି କ୍ରୀ଼ଡା ସାମ୍ବାଦିକ ଆୱାର୍ଡ

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ। ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଅଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଶ୍ରେଷ୍ଠ କ୍ରୀଡାବିତ ଭାବେ ହକି ଖେଳାଳି ଅମିତ ରୋହୀଦାସ ବିବେଚିତ ହୋଇଥିବା ବେଳେ ଶ୍ରେଷ୍ଠ କୋଚ୍ ଭାବରେ ଶିବ ପ୍ରସାଦ ଦାସ ବିବେଚିତ ହୋଇଛନ୍ତି।
କ୍ରୀଡା ସାମ୍ବାଦିକ ଆୱାର୍ଡକୁ ଚଳିତ ଥର ବାତିଲ କରାଯାଇଛି। ଗତବର୍ଷ ମଧ୍ୟ କ୍ରୀଡା ସାମ୍ବାଦିକ ଆୱାର୍ଡ କାହାକୁ ଦିଅ ଯାଇ ନ ଥିଲା I ଆସନ୍ତା ୨୯ ତାରିଖ କ୍ରୀଡା ଦିବସ ଅବସରରେ ପୁରସ୍କାର ଦିଆଯିବ।

Comments (0)
Add Comment