ଆରମ୍ଭ ହେଲା ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସୋମବାର ଆରମ୍ଭ ହୋଇଛି । ଏହା ୨୭ତାରିଖରେ ଶେଷ ହେବ । ପ୍ରଥମ ଦିନରେ ବିଟେକ୍ ପାଇଁ ପରୀକ୍ଷା ହୋଇଥିବା ବେଳେ ୩ଟି ସିଟିଂରେ ପରୀକ୍ଷା ହୋଇଥିଲା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦, ଦ୍ୱିତୀୟ ସିଟିଂ ୧୧ଟ୩୦ରୁ ୧୨ଟା୩୦ ଏବଂ ତୃତୀୟ ସିଟିଂ ୨ଟା ୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଆସନ୍ତାକାଲି ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୨ଟା୩୦ ପର୍ଯ୍ୟନ୍ତ ଏମ୍‌ବିଏ ଏବଂ ପରେ ବି.ଫାର୍ମ/ଲାଟେରାଲ ଏଣ୍ଟ୍ରି ଟେକ୍ ବିଏସ୍‌ସି ପରୀକ୍ଷା ରହିଛି । ୨୭ରେ ଦୁଇଟି ସିଟିଂରେ ଲାଟେରାଲ ଏଣ୍ଟ୍ରିଟେକ୍ ଏବଂ ପରେ ଏମ୍‌ସିଏ ପାଇଁ ପରୀକ୍ଷା ହେବ । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସିଲିଂ ଶେଷ ହେବା ପରେ ବଳକା ସିଟ୍‌ରେ ନାମଲେଖାଇବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବା ସ୍ୱତନ୍ତ୍ର ଓଜେଇଇ ର‌୍ୟାଙ୍କ କାମ କରିବ । ତେବେ ରାଜ୍ୟ ବାହାରର ପରିକ୍ଷାର୍ଥୀମାନେ ସରକାରୀ କଲେଜରେ ନାମଲେଖାଇବା ପାଇଁ ଯୋଗ୍ୟ ହେବେ ନାହିଁ । ସେମାନେ ଘରୋଇ କଲେଜରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ୨୩,୭୮୦ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୪୮ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ୩ଟି କେନ୍ଦ୍ର ହୋଇଛି ।

Comments (0)
Add Comment