ପଞ୍ଚୁକରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ :୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପଂଚୁକ ତଥା ବଡ ଏକାଦଶୀ ପାଇଁ ରବିବାର ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପ ଜିଲ୍ଲାପାଳ । ଆସନ୍ତା ସୋମବାର ପଞ୍ଚୁକ ଆରମ୍ଭ ଏବଂ ଲକ୍ଷ୍ମୀ ନାରାୟଣ ବେଶ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହା ସହିତ ରବିବାର ସାନିଟାଇଜେସନ ପାଇଁ ପୂର୍ବଭଳି ବନ୍ଦ ରହିବ ଜଗନ୍ନାଥ ଦର୍ଶନ ।
ଆସନ୍ତା ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ। ଏଥର ପଞ୍ଚୁକ ରେ ପଡୁନାହିଁ ନାଗାର୍ଜୁନ ବେଶ। ଭକ୍ତମାନେ ଭ୍ରାନ୍ତ ଧାରଣା ରେ ନପଶିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ତିତ ସୂର୍ଯ୍ୟନାରାୟଣ ରଥଶର୍ମା ଙ୍କ ଅନୁରୋଧ। ଶ୍ରୀ ମନ୍ଦିର‌ ମୁକ୍ତି ମଣ୍ଡପ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ। ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ।

Comments (0)
Add Comment