ଦୁଷ୍ମନ୍ତଙ୍କ ଦାସ ଙ୍କ ମୃତ୍ୟୁ ଓ ଖଣି ଦୁର୍ନୀତି ପ୍ରସଙ୍ଗ ରେ କମ୍ପିଲା ବିଧାନସଭା

ଆଜି ମୌସୁମୀ ଅଧିବେଶନର ଶେଷ ଦିନରେ ଗୃହରେ ପ୍ରବଳ ହଟଗୋଳ ହେବାରୁ ବାଚସ୍ପତି ଦୁଇ ଥର ଗୃହକୁ ମୁଲତବୀ କରିଛନ୍ତି । ଗତ କାଲି ଗୃହ ରେ ଉଠି ଥିବା ଖଣି ଦୁର୍ନୀତି ମୁଲତବୀ ପ୍ରସ୍ତାବ କୁ ବାଚସ୍ପତି ଗ୍ରହଣ ନ କରିବା ଓ ବିଧାନସଭା ସମ୍ମୁଖରେ କୁଜଙ୍ଗ ର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା ଫଳରେ ଆଜି ପୁଣି ଗୃହ ସରଗରମ ହୋଇ ଉଠିଥିଲା ହୋ ହାଲ୍ଲା କରିଛନ୍ତି ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ସଦସ୍ୟ ନାରବାଜି କରିଥିଲେ । ତେଣୁ ପ୍ରଥମେ ସକାଳେ ୧୦.୩୦ ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇ, ବିରୋଧୀ ଙ୍କ ନାରାବାଜି ଯୋଗୁଁ ୧୧.୩୦ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଥିଲେ I ପୁଣି ୧୧.୩୦ ଗୃହ କାର୍ଯ୍ୟ ଆରମ୍ଭ ହୋଇ ବିରୋଧୀ ଙ୍କ ନାରାବାଜି ଓ ହୋ ହାଲ୍ଲା ପାଇଁ ଦିନ ୪ ଯାଏ ମୁଲତବୀ ହୋଇ ଥିଲା

ଗତ କାଲି କୁଜଙ୍ଗ ର ଦୁଷ୍ମନ୍ତ ଦାସ ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଏ ହସ୍ପିଟାଲ ରୁ ସେ ହସ୍ପିଟାଲ ଦୌଡ଼ି , ବାରମ୍ବାର ପ୍ରଶାସନ କୁ ନିବେଦନ କରି ଥିଲେ ମଧ୍ୟ କେହି ଶୁଣି ନ ଥିଲେ I ଶେଷରେ ସବୁଆଡୁ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛିନେଲେ। ଏହା ଉପରେ କ୍ଷଭ ପ୍ରକାଶ କରି ବିଜେପି କହିଛି ଯେ, ଏହା ଅତ୍ୟନ୍ତ ଦୁଃଖଦ। ଏଥିପାଇଁ ସରକାର ଦାୟୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରହସନ ମାତ୍ର । ଏହା କେଵଳ ପ୍ରଚାର ସର୍ବସ୍ବ ରାଜନୀତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଵିଧା ସୁଯୋଗ ଲୋକେ ପାଉ ନାହାଁନ୍ତି। ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛୁଛନ୍ତି I
ବିରୋଧୀ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ଶାସନ ବ୍ୟବସ୍ଥା ଉପରେ ବିଷୋଦଗାର କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପୂର୍ବ ଅଧିବେଶନରେ ସୋମନେ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଉଠାଇଥିଲେ । କିନ୍ତୁ ପୋଲିସ ପ୍ରଶାସନ ଏହାକୁ ରୋକିବାରେ ସମ୍ପୁର୍ଣ ବିଫଳ ହୋଇଛି। ବୁଧବାର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କଲେ । ହେଲେ ପୋଲିସ ବଞ୍ଚାଇ ପାରିଲାନି। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି ସେ କହିଛନ୍ତି ।

Comments (0)
Add Comment