ଖୋଲା ରେ ନମାଜ ପଢିବା ସମୟରେ ‘ଭାରତ ମାତା କି ଜୟ’ର ନାରା

ଖୋଲା ସ୍ଥାନ ରେ ସମୂହ ନମIଜ ପଢିବାକୁ ନେଇ ହରିୟାଣାର ଗୁରୁଗ୍ରାମରେ ପୁଣି ବଢ଼ିଲା ବିବାଦ । ଦକ୍ଷିଣପନ୍ଥୀ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଦିନ ବହୁ ସଂଖ୍ୟାରେ ନମାଜ ପାଠ ସ୍ଥାନ ରେ ପହଂଚି ‘ଭାରତ ମାତା କି ଜୟ’ ଧ୍ଵନି ଦେବା ସହିତ ନମାଜ ପାଠ ପାଇଁ ଆସୁଥିବା ଲୋକ ମାନଙ୍କୁ ଅଟକାଇଥିଲେ I ଏହା ପରେ ଉଭୟ ପକ୍ଷ ର ଲୋକ ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା I

ସୂଚନାନୁସାରେ ପୂର୍ବରୁ ଅଳ୍ପସଂଖ୍ୟକ ମାନଙ୍କର ଶୁକ୍ରବାର ଦିନ ଖୋଲା ସ୍ଥାନ ରେ ସମୂହ ନମାଜ ପାଠ କୁ ନେଇ ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିକ୍ରୀୟା କରିଥିଲେ ଏବଂ ଏହାର ବିରୋଧରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା ଇ ତେଣୁ ପ୍ରଶାସନ ତରଫରୁ ସମୂହ ନମାଜ ପାଠ ପାଇଁ ୨୦ ଟି ସ୍ଥାନ ଚିହିଁତ କରାଯାଇଥିଲା I କିନ୍ତୁ ସେଥିମଧ୍ୟରୁ ସେକ୍ଟର ୩୭ ଗ୍ରାଉଣ୍ଡ ରେ ନମାଜ ପାଠ କରିବାକୁ ଯିବାକୁ ଚାହିଁ ନ ଥିଲେ ଅଳ୍ପସଂଖ୍ୟକ ସମ୍ପ୍ରଦାୟ I କାରଣ ସେହି ଗ୍ରାଉଣ୍ଡ ରେ ଏକ ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା I ତେବେ ଏହି ଘଟଣା ପରେ ପ୍ରଶାସନ ପହଂଚି ହସ୍ତକ୍ଷେପ କରିଥିବାର ଜଣ ପଡିଛି I

Comments (0)
Add Comment