ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଭୁବନେଶ୍ଵରରେ ସେରୋ ସର୍ଭେ ହେବ

ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଭୁବନେଶ୍ଵରରେ ସେରୋ ସର୍ଭେ ହେବ। ଆଇସିଏମଆର ଅନୁରୋଧ କ୍ରମେ ବିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ।
ବିଏମସିର ୩ଟି ଯୋନର ଯଥାକ୍ରମେ ୮, ୧୫, ୩୨, ୪୧ ଓ ୬୩ରେ ସର୍ଭେ ହେବ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି।
ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡ ରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟ ରେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୦୦୦ପାର କରିଛି । ବର୍ତ୍ତମାନ ସୁଦ୍ଧା ୧୭୭୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଆକ୍ଟିଭ କେଶ ୨୯୮ ରହିଛି। ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୩୩୨୩୫ଟି ଘରେ ମୋଟ ୧.,୩୬ ୦୦୦ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ସେଥି ମଧ୍ୟରୁ ୮୫୨୯୯ ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ୮୭୯୩୨ ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।
ରାଜଧାନୀରେ ଆସନ୍ତା ଦୁଇ ଦିନ ସେରୋ ସର୍ଭେ ପାଇଁ ନିଷ୍ପତ୍ତି ନିଆଯାଇଛି I

Comments (0)
Add Comment