ସେନ୍ସେକ୍ସ ୪୩୦ ପଏଣ୍ଟରୁ ଅଧିକ ଖସିଲା, ଏବଂ 18,000 ତଳେ ନିଫ୍ଟି

ମୁମ୍ବାଇ: ପୂର୍ବ ଅଧିବେଶନରେ ତୀବ୍ର ଲାଭ ପାଇବା ପରେ ନିବେଶକମାନେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଷ୍ଟକ୍ ରେ ପ୍ରୋଫିଟ ବୁକ୍ କରିଥିବାରୁ ଇକ୍ୱିଟି ବେଞ୍ଚମାର୍କ ସେନ୍ସେକ୍ସ ଆଜି(ମଙ୍ଗଳବାର) ୪୩୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି।

ଆଜି ସେନ୍ସେକ୍ସ ୪୩୫.୨୪ ପଏଣ୍ଟ କମି ୬୦,୧୭୬.୫୦ ପଏଣ୍ଟ ରେ ସମାପ୍ତ ହୋଇଛି | ସେହିପରି, ନିଫ୍ଟି ୯୬ ପଏଣ୍ଟ କମି ୧୭,୯୫୭.୪୦ ରେ ବନ୍ଦ ହୋଇଛି

ସେନ୍ସେକ୍ସ ରେ ଆଜି ଏଚ୍ଡିଏଫ୍ସି ବ୍ୟାଙ୍କ ସର୍ବାଧିକ ପୋଏଣ୍ଟ ହ୍ରାସ ହୋଇଥିଲା, ତା’ ପଛକୁ ଥିଲେ ବାଜାଜ ଫିନ୍ସର୍ଭ, ଏଚ୍ଡିଏଫ୍ସି , କୋଟାକ୍ ବ୍ୟାଙ୍କ, ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ |

ଅନ୍ୟପକ୍ଷରେ, ଏନଟିପିସି, ପାୱାରଗ୍ରିଡ୍, ଆଇଟିସି, ଟାଇଟାନ୍, ଟିସିଏସ୍ ଏବଂ ନେଷ୍ଟଲେ ଇଣ୍ଡିଆ ୩.୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛନ୍ତି I