ଖୋଲିବ ରହସ୍ୟ !

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ପୁଣି ଏକ ନୂଆ ମୋଡ । ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଚାଟାର୍ଡ ଏକାଉଣ୍ଟାଣ୍ଟ । ଏହାସହିତ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ର ବି ଇଡିରେ ହାଜର ହୋଇଛନ୍ତି । ଏମାନଙ୍କୁ ଟଙ୍କା କାରବାର ନେଇ ଜେରା କରୁଛି ଇଡି । ସସ୍ମିତା ହେଉଛନ୍ତି ଖଗେଶ୍ୱରଙ୍କ ସୁପ୍ରିମ ଅଟୋ ମୋବାଇଲରେ ୫୦% ପାର୍ଟନର । ଏହି କାରଣରୁ ତାଙ୍କୁ ଇଡି ଡାକି ଖୋଳତାଡ଼ କରୁଥିବାର ସୂଚନା ରହିଛି ।

ସେପଟେ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି । କେବଳ ଜମି ଓ ବିଲଡିଂ କାହିଁକି ଘର ଭିତରେ ଥିବା ସମସ୍ତ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି । ଖୁବ୍ ଶୀଘ୍ର ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ । ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପକ୍ଷରେ ଇଡିର ଆଉ ଏକ ଟିମ୍ ଗତକାଲି ଝାରପଡ଼ା ଜେଲ ଯାଇ ତାଙ୍କ ପତି ଜଗବନ୍ଧୁଙ୍କୁ ଜେରା କରିଛି ।

ସକାଳ ପ୍ରାୟ ୧୧ ଟାବେଳେ ଇଡିର ଏକ ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା । ମନି ଲଣ୍ଡରିଂ ମାମଲାରେ ଇଡି ଆଉ କିଛି ପ୍ରମାଣ ପାଇବା ପରେ ତାଙ୍କୁ ଜେଲରେ ପଚରା ଉଚରା କରିବାକୁ ଚାହିଁଥିଲା । ତେଣୁ ଏ ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟ ଅନୁମତି ଦେବା ପରେ ବୁଧବାର ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନାକୁ ଜେରା କରିଥିଲା ।