ସାଇ୭ ଟିଭି ର ୨ୟ ଧାରାବାହିକ ‘ଶୁଣ ସାଇକଥା ଅମୃତ’ଭଜନ ଉନ୍ମୋଚିତ

ଧାରାବାହିକ ‘ବାବା ତୁମେ କେମିତି ଅଛ’ ର ଅପୂର୍ବ ସଫଳତା ପରେ , ସାଇ ୭ ଟିଭି ର ୨ୟ ଧାରାବାହିକ ‘ଶୁଣ ସାଇକଥା ଅମୃତ’ ର ଭଜନ ଗୀତଟି କୁ ନିସ କଲେଜ ପରିସରରେ ଥିବା ସାଇବାବା ଙ୍କ ମନ୍ଦିରରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଅଛି I ଏଥିରେ ନିସ କଲେଜ ର ପତିଷ୍ଠାତା ସୁବାସ ଚନ୍ଦ୍ର ନାଏକ ,ଶ୍ରୀଯୁକ୍ତ ପବିତ୍ର ମୋହନ ସାମଲ ,ଶ୍ରୀଯୁକ୍ତ ତନ୍ମୟ କୁମାର ସ୍ୱାଇଁ ତଥା ମାସିକ ପତ୍ରିକା ସେଇକଥା ଅମୃତ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା ଉପସ୍ଥିତ ହୋଇ ଅତିଥି ମାନଙ୍କ ଗହଣ ରେ ବାବା ଙ୍କ ଚରଣରେ ଭଜନ ଟିକୁ ସମର୍ପଣ କରିଥିଲେ I ଏଥିରେ କଣ୍ଠ ଦାନ କରିଛନ୍ତି କୁମାର ବାପି I ସଂଗୀତ ରେ ସୁର ସଜାଇଛନ୍ତି ନିର୍ଦେଶକ ସୁରେଶ ପଣ୍ଡା I ଗୀତ ଟିକୁ ରଚନା କରିଛନ୍ତି ସାଇ ୭ଟିଭି ର ପ୍ରତିଷ୍ଠାତା ଜିତୁ ଜେନା I ଧାରାବାହିକ ଟି ପରି କଳ୍ପନା କରିଛନ୍ତି ପ୍ରଯୋଜିକା ଜୟନ୍ତୀ ଜେନା I
ଏହି ଧାରାବାହିକ ଭଜନ ଉନ୍ମୋଚନରେ ବହୁ ସାଇ ବାବା ଭକ୍ତ ଯୋଗ ଦେଇଥିଲେ I

Comments (0)
Add Comment