ଗାନ୍ଧୀଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଜି-୨୦’ର ଦ୍ୱିତୀୟ ଦିବସ ଆରମ୍ଭ

ନୂଆଦିଲ୍ଲୀରେ ଆୟୋଜିତ ‘ଜି-୨୦’ ଶିଖର ସମ୍ମଳନୀର ଆଜି ଦ୍ୱିତୀୟ ଦିବସ ଅଧିବେଶନ। ତେବେ ଏହି ଦ୍ୱିତୀୟ ଦିନର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ସକାଳୁ ‘ଜି୨୦’ ନେତା ଓ ପ୍ରତିନିଧିମାନେ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଝିପିଝିପି ବର୍ଷା ଲାଗି ରହିଥିଲେ ବି ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ ମଧ୍ୟରେ ‘ଜି୨୦’ ନେତୃବୃନ୍ଦ ରାଜଘାଟରେ ଉପସ୍ଥିତ ହୋଇ ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଖଦୀ ବସ୍ତ୍ର ଉପହାର ଦେଇ ସ୍ୱାଗତ କରିଥିଲେ ।

ରାଜଘାଟକୁ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ନେତା/ପ୍ରତିନିଧିମାନଙ୍କ ମଧ୍ୟରେ ଥିଲେ, ‘ଏସିଆନ୍‌ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ୍‌’ର ଅଧ୍ୟକ୍ଷ ମାସାସ୍ତୁଗୁ ଆସାକାୱା, ‘ଆଇଏମ୍‌ଏଫ୍‌’ ପରିଚାଳନା ନିର୍ଦେଶକା କ୍ରିଷ୍ଟାଲିନା ଜର୍ଜିଗିଏଭା, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌, ବିଶ୍ୱବ୍ୟାଙ୍କ୍‌ର ଅଧକ୍ଷ ଅଜୟ ବାଙ୍ଗା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନମ୍‌, ଓମାନ ଉପପ୍ରଧାନମନ୍ତ୍ରୀ ଓମାନ୍‌ ଅସାଦ୍‌ ତାରିକ୍‌ ବିନ୍‌ ଦୈମୁର୍‌, ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନଥ, ନେଦର୍‌ଲାଣ୍ଡସ୍‌ର ପ୍ରଧାନମନ୍ତ୍ରୀ ମାର୍କ ରଟି, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ୍‌, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍‌ ଫତାହ୍‌ ଏଲ୍‌-ସିସି, ସ୍ପେନ୍‌ର ଉପରାଷ୍ଟ୍ରପତି ନାଦିଆ କେଲ୍‌ଭିନୋ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଏଲବାନିଜ୍‌, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ୍‌, ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସ୍ଲୋଜ୍‌, ଇଟାଲିର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମିଲୋନି, ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କ୍ବିୟାଙ୍ଗ୍‌, ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌, ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଏବଂ ଆହୁରି ଅନେକ ବିଶ୍ୱ ନେତୃବୃନ୍ଦ ।

ଏହା ସହ ମଧ୍ୟରେ ‘ସାଉଥ୍‌ ପ୍ଲାଜା’ରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ୍ୟ ସେମାନେ ସମସ୍ତେ ଅଂଶଗ୍ରହଣ କରିଛନ୍ତି l