କେନ୍ଦ୍ରାପଡା ସାନ ଅଢଙ୍ଗା ରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ସରପଞ୍ଚ ପ୍ରାର୍ଥୀ ଗୁରୁତର

ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତର୍ଗତ ସାନ ଅଢଙ୍ଗାର ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ସରପଞ୍ଚ ଗୁରୁତର। ଗତକାଲି ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ସାହୁଙ୍କୁ ଦୁର୍ବୃତ ମାନେ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଫୋପାଡ଼ି ଦେଇ ପଳାଇଛନ୍ତି I ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ନେଇ ଖବର ପାଇବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛଇ । ଅମିୟଙ୍କୁ କେହି ଆକ୍ରମଣ କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅମୀୟ ରଂଜନ ସାହୁ ପ୍ରତିଦ୍ବନ୍ଦିତା କରୁଥିବା ସାନ ଅଢ଼ଙ୍ଗା ପଂଚାୟତରୁ ସରପଂଚ ପ୍ରାର୍ଥୀଭାବେ ୫ଜଣ ପ୍ରାର୍ଥୀ ମୈଦାନ ରେ ନିର୍ଵାଚନ ଲଢ଼ୁଛନ୍ତି I ତେବେ ଅମୀୟ ରଂଜନ ସାହୁ ଙ୍କ ଆକ୍ରମଣ ପଛରେ କାହାର ହାତ ଅଛି ଏଯାଏ ଘଟଣା ପ୍ରକୃତ ସତ୍ଯାସତ୍ଯ ଅସ୍ପଷ୍ଟ ରହିଛି।