ସୂର୍ଯ୍ୟମନ୍ଦିରରୁ ସୁରକ୍ଷିତ ଭାବେ ବାହାରିବ ବାଲି

ଭୁବନେଶ୍ବର:  ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି ବାହାରିବା ନେଇ ଗତ ସେପ୍ଟେମ୍ବର ୮ ତାରିଖରୁ ଏଏସଆଇ ବିଭାଗ ପକ୍ଷରୁ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରୁ ଇଂରେଜ ମାନଙ୍କ ଦ୍ୱାରା ମନ୍ଦିରକୁ ସୁରକ୍ଷିତ ରଖିବାପାଇଁ ଅନ୍ୟଉପାୟ ନପାଇ ଏହାକୁ ବାଲି ଭର୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଏଏସଆଇ ବିଭାଗ ଓ ବିଡ଼ିଆର ନିର୍ମାଣ ବିଭାଗ ପକ୍ଷରୁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଜଗମୋହନ ରୁ ଦୀର୍ଘ ବର୍ଷ ହେବ ବାଲି ଭର୍ତ୍ତି ହୋଇ ରହିଥିବା ଜଗମୋହନ ରୁ ବାଲି କାଢିବା ନିମନ୍ତେ ସତନ୍ତ୍ର ବୈଷୟିକ କୌଶଳ ପ୍ରୟୋଗ କରାଯାଇ ଏକ ସ୍ୱତନ୍ତ୍ର ଲିଫିଟ ମାଧ୍ୟମରେ କଢା ଯିବା ନିମନ୍ତେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ଲିଫିଟ ପାଇଁ ବେସ ନିର୍ମାଣ ଓ ଉତ୍ତର ପଶ୍ଚିମ କୋଣରେ ରାସ୍ତା ନିର୍ମାଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିରରେ  ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ପର୍ଯ୍ୟାୟକ୍ରମେ କଢ଼ାଯିବ । ଏହାପରେ ପାଇପ ସାହାଯ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ପଡିବ । ଏଥିପାଇଁ ଆନୁମାନିକ  ପ୍ରାୟ ୩ ବର୍ଷ ସମୟ ଲାଗିବ ।  ୫/୬ ଫୁୁୁଟରେ ଜଗମୋହନ ର ଉପରେ  ପଶ୍ଚିମ ପାର୍ଶ୍ଵ ରେ ଏକ ଗର୍ତ୍ତ କରାଯାଇ  ଏହି ବାଲି ଗୁଡିକ ଲିଫ୍ଟ ମାଧ୍ୟମରେ ପର୍ଯ୍ୟାୟକ୍ରମେ ସୁରଖିତଭାବେ ନିଯୁକ୍ତ ପ୍ରଶିକ୍ଷିତ ଇଂଜିନିଅର ଙ୍କ ଦ୍ଵାରା ବାହାର କରାଯିବ । ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ସରିଛି I ରାସ୍ତା ନିର୍ମାଣ ଜୋରଦାର ଚାଲିଛି । ଏଥିପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ । ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲିଦିଆଯିବ ବୋଲି ସୂଚନା ମିଳିଛି । ଗତ ୨୦୧୯ ମସିହାରେ ସିବିଆରଆଇ ପ୍ରତିନିଧି ଦଳ, ରୁରକିର ପ୍ରତିନିଧି ଦଳ,ଏଏସଆଇ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ସୂର୍ଯ୍ୟମନ୍ଦିରର ଭିତିଭୂମି, ଜଗମୋହନର ଅଭ୍ୟନ୍ତରୀଣ ଅବସ୍ଥା,ମୁଲଦୁଆ ସ୍ଥିତି ଟିକିନିଖି ଭାବିବ ଯାଞ୍ଚ କରିଥିଲେ । ମନ୍ଦିର ଭୁଗର୍ଭର ୧୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଜିପିଆର ସର୍ଭେ କରିଥିବାବେଳେ ବାଲି କଢ଼ାଗଲେ ମନ୍ଦିର ସ୍ଥିତି କିଭଳି ରହିବ ଜାଣିବା ପାଇଁ ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ । ସୂଚନା ଥାଉକି ଏ ନେଇ ଗତ ସେପ୍ଟେମ୍ବର ୧୬ ତାରିଖରେ ଅମିକସ କ୍ୟୁରୀ ନଗେନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ  ।  ଏବଂ ଗତ ୨୦୨୦  ମସିହା ଫେବୃଆରୀରେ ମନ୍ଦିର ସଂରକ୍ଷଣକୁ ନେଇ କୋଣାର୍କ  ଯାତ୍ରୀଣିବାସ ସମିଳନୀ କକ୍ଷରେ ରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ଏ ଏସ ଆଇ ବିଭାଗର ବରିଷ୍ଟ ଅଧିକାରୀ,  ହାଇକୋର୍ଟ ଦ୍ୱାରା ନିଯୁକ୍ତଆମିକସ କ୍ୟୁରୀ ପ୍ରମୁଖଯୋଗଦେଇଥିଲେ । ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯାଇ ଜଗମୋହନ ଖୋଲିବା ପାଇଁ ସେତେବେଳେ ଅମିକାସ କ୍ୟୁରୀ ସୂଚନା ଦେଇଥିଲେ ।