୧ ଫେବୃଆରୀରୁ ବଦଳିବ ଏହି ସବୁ ବ୍ୟାଙ୍କ ର ନିୟମ : ଏସ୍‌ବିଆଇ, ପିଏନ୍‌ବି, ବିଓବି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା

ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏବଂ ବ୍ୟାଙ୍କ ଅଫ୍ ବରୋଦା (ବ୍ୟାଙ୍କ ଅଫ୍ ବରୋଦା-ବୋବି) ର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯେଉଁଠାରେ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ପାଇଁ ଚେକ୍ ଦ୍ୱାରା ଦେୟ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ଏହି ସମୟରେ, ଏସବିଆଇ ଏବଂ ପିଏନବି ଗ୍ରାହକଙ୍କ ପାଇଁ ଟଙ୍କାର ନେଣଦେଣ ସମ୍ୱନ୍ଧୀୟ ପରିବର୍ତ୍ତନ ହେବ । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତୃତ ଭାବେ –

BoB ଗ୍ରାହକଙ୍କ ପାଇଁ ସୂଚନା –

ଫେବୃଆରୀ ୧ ରୁ ବ୍ୟାଙ୍କ ଅଫ ବରୋଦା ର ଚେକ୍ କ୍ଲିୟରାନ୍ସ ନିୟମ ସହିତ ଜଡିତ ନିୟମରେ ପରିବର୍ତ୍ତନ ଆସିବ ।ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ଫେବୃଆରୀ ୧ ରୁ ଚେକ୍ ପେମେଣ୍ଟ ପାଇଁ କନଫର୍ମେସନ ବାଧ୍ୟତାମୂଳକ ହେବ । ଯଦି କୌଣସି କନଫର୍ମେସନ ନାହିଁ, ଚେକ୍ ମଧ୍ୟ ଫେରସ୍ତ କରାଯାଇପାରିବ । ବ୍ୟାଙ୍କ ଗ୍ରାହକଙ୍କୁ ନିବେଦନ କରିଛି – ଆମେ ପରାମର୍ଶ ଦେଉଛୁ ଯେ ଆପଣ CTS କ୍ଲିୟରାନ୍ସ ପାଇଁ ପଜିଟିଭ୍ ପେ ସିଷ୍ଟମର ସୁବିଧାର ଲାଭ ଉଠାନ୍ତୁ ।

SBI ଗ୍ରାହକ:ଫେବୃଆରୀ ୧ ରୁ ଅଧିକ ଚାର୍ଜ ହେବ –

ସେହିପରି ଏସବିଆଇ ଗ୍ରାହକଙ୍କ ପାଇଁ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ । ୧ ଫେବ୍ରୁଆରୀରୁ ଲାଗିବ ଅଧିକ ଚାର୍ଜ । ଯଦି ଆପଣ ଏସ୍‌ବିଆଇର ଗ୍ରାହକ ତ ଏବେ ଆପଣ ଟଙ୍କା ଟ୍ରାନ୍ସଫର କଲେ ଚାର୍ଜ ଦେବାକୁ ହେବ । ଏସବିଆଇ ୱେବସାଇଟ୍‌ ଅନୁସାରେ , ବ୍ୟାଙ୍କ୍‌ ୧ଫେବ୍ରୁଆରୀ ୨୦୨୨ରୁ ଆଇଏମ୍‌ପିଏସ୍‌ ଟ୍ରାଜାକ୍ସନରେ ଏକ ନୂଆ ସ୍ଲାବ ଯୋଡିଛି , ଯାହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଅଛି । ଆସନ୍ତା ମାସରୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା ମଧ୍ୟରେ ବ୍ୟାଙ୍କ୍‌ ବ୍ରାଞ୍ଚରୁ ଆଇଏମ୍‌ପିଏସ ମାଧ୍ୟମରେ ଟଙ୍କା ପଠାଇବାର ଶୁଳ୍କ ୨୦ ଟଙ୍କା ପ୍ଲସ୍ ଜିଏସ୍‌ଟି ଲାଗିବ ।

PNB ଗ୍ରାହକଙ୍କ ପାଇଁ

ଆସନ୍ତା ମାସରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ପିଏନ୍‌ବି ମୁତାବିକ ୧ ଫେବୃଆରୀରୁ ଆପଣଙ୍କ କିସ୍ତି ବା ଡେବିଟ୍‌ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ ଆପଣଙ୍କୁ ୨୫୦ଟଙ୍କା ଦେବାକୁ ପଡ଼ିବ I ଏପର୍ଯ୍ୟନ୍ତ ଏଥିପାଇଁ ୧୦୦ଟଙ୍କା ଚାର୍ଜ ଲାଗୁଥିଲା । ଯଦି ଆପଣ ଡିମାଣ୍ଡ ଡ୍ରାଫ୍ଟକୁ କ୍ୟାନସେଲ କରନ୍ତି, ତେବେ ଆପଣଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ । ଏଥିପାଇଁ ଏବେ ୧୦୦ଟଙ୍କା ଚାର୍ଜ ଲାଗୁଥିଲା ।

Comments (0)
Add Comment