‘ନାରୀ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଙ୍କ ଭୂମିକା

ଜାତିସଂଘର ମହିଳା ପ୍ରତିନିଧୀ ସୁଶ୍ରୀ ଜେନ ଫର୍ଗୁସନ୍ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟରେ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅନ୍ତତ ପକ୍ଷେ ବୈଷୟିକ ଶିକ୍ଷାରେ ଏକ ତୃତୀୟାଂଶ ସ୍ନାତକୋତ୍ତର ଡିଗ୍ରୀ ଧାରି ମହିଳା ବର୍ଗର ହେବା ଉଚିତ୍। ଏଭଳି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଆଗାମୀ ଦିନରେ ଏହା ସମ୍ପୁର୍ଣ୍ଣ ଭାବେ ଫଳପ୍ରଦ ହେବ ବୋଲି ସରକାର ଆଶାବାଦୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ଏବଂ ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ରାଜ୍ୟ ସରକାରଙ୍କ ପ୍ରାଥମିକତା। ସେ ସୁଦକ୍ଷା ଭଳି ଯୋଜନାର ଉଦାହରଣ ମଧ୍ୟ ଦେଇଛନ୍ତି। ଯେଉଁଥି ଲାଗି ‘ITI’ରେ ଝିଅମାନଙ୍କର ନାମଲେଖାର ହାର ବୃଦ୍ଧି ପାଇଛି। ୬ ପ୍ରତିଶତରୁ ଏହା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭଳି ଆଇକନିକ୍ ପ୍ରୋଜେକ୍ଟ ବିଷୟରେ ମଧ୍ୟ UN ପ୍ରତିନିଧିଙ୍କୁ ଜଣାଇଛନ୍ତି। ଯାହା ରାଜ୍ୟରେ ବିଶ୍ୱସ୍ତରୀୟମାନକ ଦକ୍ଷତାକୁ ପ୍ରୋତ୍ସାହିତ କରୁଛି। ଏହି କାର୍ଯ୍ୟକ୍ରମରେ ଜାତିସଂଘର ଅଂଶିଦାର ରାଜ୍ୟରେ ଲିଙ୍ଗଗତ ସମାନତାକୁ ସାଧାରଣରେ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।
ଆଲୋଚନା ସମୟରେ ଶ୍ରୀମତୀ ଫର୍ଗୁସନ୍ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Comments (0)
Add Comment