ତୁଳସୀ ଚୟନ କରିବାର ସଠିକ ଦିନ

ହିନ୍ଦୁ ଧାର୍ମିକ ବିଶ୍ୱାସରେ ତୁଲସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ମନା ଯାଇଥାଏ I ପ୍ରାୟ ସମସ୍ତ ହିନ୍ଦୁ ଘର ମାନଙ୍କରେ ତୁଳସୀ ପୂଜା କୁ ସର୍ବ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଥାଏ । ଦେବୀ ଲକ୍ଷ୍ମୀ ତୁଳସୀ ରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ଭଗବାନ ବିଷ୍ଣୁ ଙ୍କ ପୂଜାରେ ରେ ସର୍ବପ୍ରଥମେ ତୁଳସୀ ବ୍ୟବହାର ହୋଇଥାଏ Iଏହା ସହିତ ତୁଳସୀ ପତ୍ର ଅନ୍ୟ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହୃତ ହୁଏ I କେତେକ ସ୍ୱତନ୍ତ୍ର ସ୍ଥାନରେ ପୂଜା ରେ ଏହା ବିନା ପାଠ ସମାପ୍ତ ହୁଏ ନାହିଁ I ତୁଳସୀ ରେ ଅନେକ ବୈଜ୍ଞାନିକ ତତ୍ତ୍ୱ ମଧ୍ୟ ରହିଛି I ତେଣୁ ଆମକୁ ପୂଜା ପାଇଁ ତୁଳସୀ ପତ୍ର ତୋଳିବାର ସଠିକ ନିୟମ ବିଷୟରେ ଜାଣିବା ଦର୍କାର ଇ ସବୁଦିନ ମାନଙ୍କରେ ତୁଳସୀ ପତ୍ର ତୋଳା ଯାଇ ନ ଥାଏ I ଆସନ୍ତୁ ଜାଣିବା :

ରବିବାର ଦିନ ତୁଳସୀ ପତ୍ର ତୋଳିବା ନିଷେଧ

ତୁଳସୀ ଙ୍କୁ ଆମେ ମା’ବୃନ୍ଦାବତୀ ବୋଲି ପୂଜା କରିଥାଉ ଇ ଧନ,ଜନ,ଗୋପ ,ଲକ୍ଷ୍ମୀ ଆୟୁ ବୃଦ୍ଧି ପାଇଁ ତୁଳସୀ ଙ୍କୁ ଅତି ଯତ୍ନରେ ପୂଜା କରାଯାଇଥାଏ I ତୁଳସୀ ଗଛ ଯେତେ ଅଧିକ ଝାଡ଼ ହେଇ ଚଉରାରେ ବଢିବ ଘରର ସଦସ୍ୟ ମାନେ ସେତେ ଅଧିକ ସମୃଦ୍ଧି ଶାଳୀ ହୋଇଥାନ୍ତି ଆମେ ଭାବିଥାଉ I ଆମେ ତୁଳସୀ ପତ୍ରକୁ ସବୁଦିନେ ତୋଳିବା ଉଚ୍ଚିତ ନୁହେ ରବିବାର ଦିନ ଭୁଲ ରେ ମଧ୍ୟ ତୁଳସୀ ପତ୍ର ତୋଳନ୍ତୁ ନାହିଁ I ଏହାର ଧାର୍ମିକ କାରଣ ହେଉଛି ରବିବାର ଭଗବାନ ବିଷ୍ଣୁଙ୍କ ପାଇଁ ଅତି ପ୍ରିୟ I ଏହି ଦିନ ପ୍ରଭୁ ବିଷ୍ଣୁ ତୁଳସୀ ବଣରେ ବିଶ୍ରାମ ନିଅନ୍ତି ତେଣୁ ରବିବାର ଦିନ ତୁଳସୀ ପତ୍ର ଟାଣି ଛିଣ୍ଡାଇଲେ ପ୍ରଭୁ ଙ୍କୁ କଷ୍ଟ ହେଇଥାଏ I ଏହା ମଧ୍ୟ ଏକ ବିଶ୍ୱାସ ରହିଛି ଯେ ରବିବାର ଦିନ ତୁଳସୀ ପତ୍ର ତୋଳିବା ଦ୍ୱାରା ଧନ ହାନୀ ହୋଇଥାଏ I

ଘର ଅଗଣା ମଝିରେ ତୁଳସୀ ଗଛ ଲଗାନ୍ତୁ ନାହିଁ I

ବିଶ୍ୱାସ ରହିଛି ଯେ ଅଗଣା ର ଠିକ ମଝାମଝିରେ ତୁଳସୀ ଲଗାନ୍ତୁ ନାହିଁ ଇ କାରଣ ଘରର ସଦସ୍ୟ ମାନେ ଯିବା ଆସିବା ସମୟରେ ତୁଳସୀ ଙ୍କୁ ଛୁଇଁ ବାର ସଂଭବନ ଥାଏ ଏହା ସହିତ ଆଉ ଏକ ମାନ୍ୟତା ଅଛି ଯେ ତୁଳସୀ ଙ୍କୁ ସୂର୍ଯ୍ୟ ଡିଆଁ ହେବI ଉଚ୍ଚିତ ନୁହେଁ I ତୁଳସୀ ଗଛ ଲଗାଇବା ପାଇଁ ସବୁଠାରୁ ଶୁଭ ମାସ ହେଉଛି କାର୍ତ୍ତିକ ମାସ I ଏହି ମାସ ରେ ତୁଳସୀ ବିବାହ ମଧ୍ୟ କରାଯାଇଥାଏ I ତୁଳସୀ ଗଛ ଲଗାଇବା ପାଇଁ ଗୁରୁବାର ଦିନଟି ଚୟନ କରାଯିବା ଉଚିତ୍ I ଏହା ଛଡା ତୁଳସୀ ପତ୍ରକୁ ନଖରେ ଛିଣ୍ଡାଇବା ଉଚିତ୍ ନୁହେଁ | କିମ୍ବା ତୁଳସୀ ପତ୍ରକୁ ଗଛ ମୂଳରେ ଠିଆ ହୋଇ ଚୋବାଇବା ଉଚିତ୍ ନୁହେଁ I

ରାତିରେ ତୁଳସୀ ପତ୍ର ତୋଲନ୍ତୁ ନାହିଁ

ଧାର୍ମିକ ମତ ଅନୁସାରେ ତୁଳସୀ ଙ୍କୁ ରାଧାରାଣୀ ଙ୍କ ଭାବରେ ବିବେଚନା କରାଯାଏ I ବିଶ୍ୱାସ କରାଯାଏ ଯେ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ରାଧାରାଣୀ ତୁଳସୀ ବଣରେ ଲୀଲା କରନ୍ତି I ଏହି କାରଣରୁ, ତୁଳସୀ ପତ୍ରଗୁଡ଼ିକ ସନ୍ଧ୍ୟାରେ ଛିଣ୍ଡାଯାଇ ନ ଥାଏ ନାହିଁ I କିନ୍ତୁ ଯଦି ନିହାତି ପରିସ୍ଥିତିରେ ପଡି ତୁଳସୀ ଆଣିବାକୁ ଜାଉଠାଣି ତେବେ ପ୍ରଥମେ ତୁଳସୀ ଗଛମୂଳରେ ତିନିଥର ‘ଶ୍ରୀକୃଷ୍ଣ’ କହି ତାଳି ମାରନ୍ତୁ ଏହାପରେ ଗଛକୁ ମୁଣ୍ଡିଆ ମାରି ପତ୍ର ଆଣିପାରିବେ I ସେହି ପରି କୌଣସି ଗୁରୁବାର ,ଅମାବାସ୍ୟା ,ପୂର୍ଣ୍ଣିମା ,ସଂକ୍ରାନ୍ତି ,ଏକାଦଶୀ ଓ ଦ୍ୱାଦଶୀ ତିଥିରେ ତୁଳସୀ ଗଛରେ ହାତ ଲଗାନ୍ତୁ ନାହିଁ ଇ ନିହାତି ଦରକାର ପଡିଲେ ତା ପୂର୍ବ ଦିନରୁ ତୁଳସୀ ସଂଗ୍ରହ କରି ରଖି ପାରିବେ ଅଥବା ସେହି ଦିନ ତୁଳସୀ ମୂଳରେ ଝଡି ପଡିଥିବା ପତ୍ରକୁ ଆଣି ପୂଜାରେ ବ୍ୟବହାର କରିପାରିବେ I

Comments (0)
Add Comment