ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସବୁ ମନ୍ତ୍ରୀ ଙ୍କ ଇସ୍ତଫା, କାଲି ଶପଥ ଗ୍ରହଣ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ କନଭେନସନ ହଲ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଆସନ୍ତI୨୦୨୪ ନିର୍ବାଚନ ପୂର୍ବରୁ ସରକାର ଏବଂ ଦଳକୁ ସକ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଷ୍ଟ୍ରାଟେଜି କରିଥିବା ମନେ ହେଉଛି । ନୂଆ ମନ୍ତ୍ରୀମଣ୍ଡଳରେ କିଛି ଯୁବ ଚେହେରାଙ୍କୁ ସାମିଲ କରାଯିବାକୁ ଥିବା ବେଳେ ପୁରୁଖା ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଯେଉଁଥିରେ ଜିଲ୍ଲାୱାରୀ ଫୋକସ କରାଯିବ । ଅଥାର୍ତ ସରକାରରେ ଯେପରି ସବୁ ଜିଲ୍ଲାର ପ୍ରତିନିଧିତ୍ୱ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହାଛଡା ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ଥିବା ବେଳେ କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇପାରେ । ସାଙ୍ଗଠନିକ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ଦେଇପାରେ । ଅନ୍ୟପଟେ ବିବାଦୀୟ ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇନପାରନ୍ତି ନବୀନ । ଏହାଛଡା ନୂଆ ମନ୍ତ୍ରୀମଣ୍ଡଳରେ ନେତାଙ୍କର କାର୍ଯ୍ୟଦକ୍ଷତା ବଡ଼ ମାପଦଣ୍ଡ ରହିପାରେ । ଗତ ଏକ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ନବୀନ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିନଥିଲେ । ବିଶେଷକରି ପଂଚାୟତ ଓ ପୌର ନିର୍ବାଚନ ସହ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ଏହି ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଅଟକି ରହିଥିଲା । ଆଜି ସବୁ ମନ୍ତ୍ରୀମାନଙ୍କଠୁ ଇସ୍ତଫା ନେଇଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା ଅଧିକ ରହିଛି ।