‘ଜୱାଦ’ ଜନିତ କ୍ଷୟକ୍ଷତିର ରିପୋର୍ଟ ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଦିଆଯିବ

ଜୱାଦ ବାତ୍ୟା ରେ କେଉଁ ଅଂଚଳ କେତେ କ୍ଷତିଗ୍ରସ୍ତ ହୋଇଛି ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ମାନେ ଦେବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ପ୍ରାଥମିକ ସ୍ତରରେ କ୍ଷୟକ୍ଷତିର ଆକଳନ ହେଉଛି । ବାତ୍ୟାର ସବୁଠୁ ଅଧିକ କ୍ଷତିଗ୍ରସ୍ଥ ହୋଇଛି ଚାଷ ଜମି ଓ ପନିପରିବା କ୍ଷେତ I ବର୍ତ୍ତମାନ ଧାନ ଅମଳ ସମୟରେ ବାତ୍ୟା ମାଡ଼ ଯୋଗୁଁ ପାଚିଲା ଧାନ କ୍ଷେତରେ ପାଣି ଭର୍ତି ହେଇଯାଇଥିଲା I ଫଳରେ ରାଜ୍ୟ ରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି I କେଉଁଠି କେଉଁଠି ଚାଷୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି I ଖବର ଅନୁଯାୟୀ, ବାତ୍ୟା ପ୍ରଭାବରେ ଲାଗିରହିଥିଲା ବର୍ଷା । ଯାହାଫଳରେ କଟାଯାଇଥିବା ଧାନ ଗୁଡିକ ପାଣିରେ ପଡିରହିଛି । ବିଲରୁ ପାଣି ଶୁଖି ନଥିବାରୁ ଧାନ ଉଠାଇ ପାରୁନାହାନ୍ତି ଚାଷୀ । ପନିପରିବା ଚାଷୀ ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।ତେବେ ପ୍ରାଥମିକ ଭାବେ ଆକଳନରୁ ପ୍ରାୟ ୬୦ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ ଓ ପନିପରିବା କ୍ଷତିଗ୍ରସ୍ଥ ହୋଇଛି । ଅନେକ ସ୍ଥାନରେ ଧାନ ମାଟିରେ ଲାଗିଥିବା ବେଳେ ଆଉ କିଛି ସ୍ଥାନରେ ପାଣିରେ ବୁଡିଛି । ଏବେବି କ୍ଷୟକ୍ଷତିର ଆକଳନ ଚାଲିଛି । ପୁରା ତଥ୍ୟ ଆସିବା ପରେ ରାଜ୍ୟ ସରକାରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments (0)
Add Comment