ରେକର୍ଡ ଭାଙ୍ଗିଲା ରାଜଧାନୀ ଖରା ,ଦିନ ୧୧ ତା ସୁଦ୍ଧା ୪୧ ଡିଗ୍ରୀ ପାର କଲା , ସବୁଠାରୁ ଉତପ୍ତ ସହର

ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର। ମୁଣ୍ଡଫଟା ଖରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଦିନ ସାଢେ ୧୧ଟାରେ ସୁଦ୍ଧା ୪୧ ଡିଗ୍ରୀ ତାପମାତ୍ରା ପାର କରିଛି ରାଜଧାନୀ। ଗତ ୩ ଦିନ ଧରି ଲଗାତାର ୪୦ ଡିଗ୍ରୀ ଉପରେ ରହି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର। ପରିସ୍ଥିତି ଏପରି ହୋଇଛି ଯେ ସକାଳ ୯ଟା ପରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦ୍ୱିପ୍ରହର ସମୟରେ ରାଜଧାନୀର ରାଜରାସ୍ତା ଜନଶୂନ୍ୟ ହୋଇପଡ଼ୁଛି ।ସେହିପରି ଝାରସୁଗୁଡା ଓ ଚାନ୍ଦବାଲି ୩୭.୮,ବାଲେଶ୍ୱର ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଖରା ପାଇଁ ସଭିଏଁ ଟ୍ରାଫିକ୍‍ ହେଉ ଅଥବା ରାସ୍ତାରେ ଛାଇ ପାଇବା ମାତ୍ରେ ଠିଆ ହୋଇ ପୁଣି ନିଜ କାର୍ଯ୍ୟରେ ଯାଉଛନ୍ତି। ଶନିବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୭ଂ ସେଲସିୟସ୍ ରେକର୍ଡ କରାଯାଇଛି । ଦିନତମାମ ସହର ଯେମିତି ତତଲା ତାୱାରେ ସିଝୁଛି । ରାଜ୍ୟର ୨୧ ଟିସହରରେ ସର୍ବୋଚ୍ଚ ତାପମତ୍ରା ୪୦ ଉପରେ ରହିଛି । ୨୫ ତାରିଖ ପରେ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।