ନୂଆ ବର୍ଷ ପାଇଁ ସାନି ଗାଇଡ଼ ଲାଇନ ଘୋଷଣା କଲେ ସରକାର,୯ ଧରି ଲାଗୁ ହେବନି କୋଭିଡ କଟକଣା

ଡିସେମ୍ବର ୨୫ ବଡଦିନରୁ ଜାନୁୟାରୀ ୨ ତାରିଖ ଯାଏଁ ଲାଗୁ ହବାକୁ ଥିବା ୯ ଦିନିଆ କଟକଣା କୁ କୋହଳ କରିଛନ୍ତି ସରକାର । ଜିରୋ ନାଇଟ୍‌ ସେଲିବ୍ରେସନ ନେଇ ଜାରି ହୋଇଥିବା ଗାଇଡଲାଇନରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ସ୍ବତନ୍ତ୍ର ରିଲିଫ୍‌ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି ନୂଆ ଗାଇଡଲାଇନ ଅନୁଯାୟୀ ଡିସେମ୍ବର ୨୫ ରୁ ଜାନୁୟାରୀ ୨ କଟକଣାକୁ ବାତିଲ କରିଦିଆଯାଇଛି ।

ନୂଆ ଗାଇଡଲାଇନ୍‌ ଅନୁଯାୟୀ କେବଳ ଡିସେମ୍ବର ୨୫ ତାରିଖ ବଡଦିନରେ ଲାଗୁ ହେବ କଟକଣା । ପରେ ପୁଣି ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୨ ତାରିଖ ଯାଏଁ ପୁଣି କଟକଣା ବଳବତ୍ତର ରହିବ । କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେତ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ହୋଇପାରିବ ନାହିଁ I

ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ । ଆହୁରି ମଧ୍ୟ  ଖ୍ରୀଷ୍ଟମାସ୍ ପାଳନ ବେଳେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଏହାସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ।

Comments (0)
Add Comment