ବିଜେଡି ଓ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଗଡ଼ଜାତ ଇଲାକା

ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ କୁ ନେଇ ଦୁଇ ଦଳ ଶାସକ ଓ ବିଜେଡି ମଧ୍ୟରେ ଉଷ୍ମତା ବଢି ଚାଲିଛି I ୨୦୧୯ ବିଧାନସଭା ନିର୍ବାଚନ ରେ ଏଠାରେ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ଠାରୁ ମାତ୍ର ୧୫୭୭ ଖଣ୍ଡ ଭୋଟ ରେ ଜିତିଥିଲେ ତେଣୁ ନିଜର ପତିଆରା ଦେଖାଇବା ପାଇଁ ପୁଣି ଦୁଇ ନେତା ପଂଚାୟତ ନିର୍ବାଚନ ରେ ନିଜ ନିଜ ଦଳ ର ପ୍ରାର୍ଥୀଙ୍କ ନିମନ୍ତେ ଜୋରଦାର ପ୍ରଚାର ଚଳାଇଛନ୍ତି I ସେହିପରି ବିଜେପିର ବରିଷ୍ଠ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜ ଅଂଚଳ ନୀଳଗିରି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି I ତେବେ ଗଡ଼ଜାତ କୁ କିଏ ଦଖଲ କରିବ ଦେଖିବାକୁ ବାକି ରହିଲା I
ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ନୀଳଗିରି ,ଔପଦା,ଓ ବାହାନଗା ବ୍ଲକ ର ୪ ଟି ପଂଚାୟତ ରହିଛି I ବାହାନଗା ବ୍ଲକ ର ସମ୍ପୃକ୍ତ ୧୮ ନମ୍ବର ଜିଲ୍ଲା ପରିଷଦ ଜୋନ ଓ ପଂଚାୟତ ଗୁଡିକ ରେ ନିର୍ବାଚନ କଥା ସୋରୋ ବିଧାନ ସଭା ଆସନ ର ନେତାମାନେ ବୁଝିଥାନ୍ତି I ଅନ୍ୟ ପକ୍ଷରେ ନୀଳଗିରି ଓ ଔପଦା ବ୍ଲକ ର ସମସ୍ତ ଜୋନ,ପଂଚାୟତ ନିର୍ବାଚନ ନୀଳଗିରି ଆସନ ର ନେତା ମାନଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇଥାଏ I ୨୦୧୭ ପଂଚାୟତ ନିର୍ବାଚନ ରେ ନୀଳଗିରି ଓ ଔପଦା ବ୍ଲକ ର ୫ ଟି ଜିଲ୍ଲା ପରିଷଦ ଜୋନ ରୁ ୩ ଟି ବିଜେପି ଏବଂ ବିଜେଡି ମଧ୍ୟରେ କଡା ମୁକାବିଲା ହୋଇଥିଲା I ନୀଳଗିରି ବ୍ଲକ ର ୧୨ ନମ୍ବର ଜୋନ ରେ କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ବିଜେପି ବିଜେଡି କୁ ୮୭୦ ଭୋଟ ରେ ପରାଜିତ କରି ବିଜୟୀ ହୋଇଥିଲେ I

ସେହିପରି ୧୩ ନମ୍ବର ଜୋନ ରେ ବିଜେପି ୩୦୭ ଭୋଟ ରେ ଜିତି ଥିବାବେଳେ ୨ ନମ୍ବର ଜୋନ ରେ ବିଜେଡି ୩୫୯ ଅଧିକ ଭୋଟ ପାଇ ଜିତି ଥିଲା I ଅନ୍ୟ ପକ୍ଷରେ ଔପଦା ବ୍ଲକ ର ୧ ନମ୍ବର ଜୋନ ରେ ବିଜେଡି ,ବିଜେପି କୁ ୨୨୧୮ ଭୋଟ ରେ ପରାଜିତ କରି ବିଜୟୀ ହୋଇଥିବାବେଳେ ନୀଳଗିରି ବ୍ଲକ ର ୧୧ ନମ୍ବର ଜୋନ ରେ ବିଜେପି ୩୪୦୨ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ I ତେବେ ବାହାନଗା ବ୍ଲକ ର ସମ୍ପୃକ୍ତ ୪ ଟି ପଞ୍ଚାୟତ ରୁ ଜିଲ୍ଲା ପରିଷଦ ଜୋନ ପାଇଁ ମିଳିଥିବା ଭୋଟ ସମେତ ନୀଳଗିରି ,ଔପଦା ବ୍ଲକ ର ଜିଲ୍ଲା ପରିଷଦ ଭୋଟ କୁ ମିଶାଇଲେ ମୋଟ ଉପରେ ବିଜେପି ,ବିଜେଡି ଠାରୁ ୬୧୭୫ ଖଣ୍ଡ ଅଧିକ ଭୋଟ ପାଇଥିଲା I ବିଜେପି ନୀଳଗିରି ବ୍ଲକ ଦଖଲ କରିଥିବା ବେଳେ ଜଣେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରି ବିଭିନ୍ନ ଦଳ ସମର୍ଥନରେ ଔପଦା ବ୍ଲକ ଅଧ୍ୟକ୍ଷ ହୋଇଥିଲେ I ମାତ୍ର ୨୦୧୯ ବିଧାନସଭା ନିର୍ବାଚନ ବେଳକୁ ହଠାତ ରାଜନୈତିକ ରଂଗମଂଚରେ ପରିବର୍ତ୍ତନ ଦେଖାଦେଇଥିଲା I ବିଜେପି ର ନେତା ଥିବା ସନ୍ତୋଷ ଖଟୁଆ ଦଳ ବଦଳ କରି ବିଜେଡି ରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ବେଳେ ବିଜେଡି ବିଧାୟକ ସୁକାନ୍ତ ନାୟକ ବିଜେପି କୁ ଡେଇଁ ଦଳ ର ପ୍ରାର୍ଥୀ ହେଇଥିଲେ ଇ ଏବଂ କଡା ମୁକI ବିଲI ହୋଇ ବିଜେପି ରେ ଯୋଗ ଦେଇଥିବା ସୁକାନ୍ତ ନାୟକ ହିଁ ଜିତିଥିଲେ I
ଅନ୍ୟପକ୍ଷରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ଦୁଇ କମ୍ୟୁନିଷ୍ଟ ଦଳ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିଲେ ହେଁ ,ପଞ୍ଚାୟତ ୱାର୍ଡ ସ୍ତରରେ ସେମାନଙ୍କର ବହୁ ସମର୍ଥକ ଅଛନ୍ତି I ତେଣୁ ବର୍ତ୍ତମାନ ବିଜେପି ଓ ବିଜେଡି ର କଡା ମୁକାବିଲା ମଧ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳଙ୍କ ପାରମ୍ପରିକ ସମର୍ଥକ କେତେକ ନିର୍ଣ୍ଣାୟକ ଭୂମିକାରେ ରହି ପାରନ୍ତି I