ଆଜି ଆଇପିଏଲ ର ୬୪ ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପଞ୍ଜାବ କିଙ୍ଗସ ୧୭ ରନ ରେ ପରାସ୍ତ କରି ନିଜର I ପ୍ଲେ ଅଫ୍ ଆଶାକୁ ଜୀବନ୍ତ ରଖିଛି I ୧୩ ଟି ମ୍ୟାଚ ଖେଳି ଦିଲ୍ଲୀ ରେ ଏହି ଦଳ ସପ୍ତମ ବିଜୟ I ଅର୍ଥାତ୍ ଦଳ 16 ପଏଣ୍ଟରେ ପହଞ୍ଚିପାରେ I ଅନ୍ୟପକ୍ଷରେ, ସପ୍ତମ ପରାଜୟ ସହିତ ପଞ୍ଜାବ କିଙ୍ଗ୍ସର ଦଳ ବର୍ତ୍ତମାନ ସର୍ବାଧିକ ୧୪ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି । ଦିଲ୍ଲୀ ଦ୍ଵାରା ଧାର୍ଯ୍ୟ ୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଛି। ଆଇପିଏଲର ୬୪ତମ ମୁକାବିଲା ଜିତି ଦିଲ୍ଲୀ ୧୩ମ ମ୍ୟାଚରୁ ସପ୍ତମ ବିଜୟ ଏବଂ ଉନ୍ନତ ନେଟ୍ ରନ ରେଟ୍ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ସମାନ ମ୍ୟାଚରୁ ସପ୍ତମ ପରାଜୟ ଭୋଗିଛି। ଦଳର ପ୍ଲେ ଅଫ ଖେଳିବା ମୁସ୍କିଲ ଲାଗୁଛି। ଶାର୍ଦ୍ଦୁଳ ଠାକୁର ୪ ଓ୍ଵିକେଟ୍ ନେଇ ଦିଲ୍ଲୀ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। । ଦଳ ପକ୍ଷରୁ ମିଚେଲ୍ ମାର୍ଶ ୪୮ ବଲରୁ ୬୩ ରନର ଇନିଂସ ଖେଳିଛନ୍ତି। ସରଫରାଜ ଖାନ ୩୨ ଏବଂ ଲଳିତ ଯାଦବ ୨୪ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଅକ୍ଷର ପଟେଲ୍ ୧୭ ରନ କରି ଅପରାଜିତ ଥିଲେ। ଦିଲ୍ଲୀ ଆରମ୍ଭ ଅନୁରୂପ ଇନିଂସକୁ ସେହି ଅନୁସାରେ ଶେଷ କରି ପାରିନାହିଁ। ଶେଷ ଆଡକୁ ପଞ୍ଜାବ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଦିଲ୍ଲୀ ବଡ ସ୍କୋର କରିପାରିନଥିଲା। ପଞ୍ଜାବ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୨୭ ରନ ଦେଇ ୩ ଏବଂ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।
ଜବାବରେ ପଞ୍ଜାବ କିଙ୍ଗ୍ସ ଦୟନୀୟ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଛି। ଦଳ ୧୭ ରନରେ ଦିଲ୍ଲୀ ହାତରୁ ପରାଜିତ ହୋଇଛି। ଜିତେଶ ଶର୍ମା ୪୪ ରନର ଲଢୂଆ ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ଏହା ପର୍ଯ୍ୟାପ୍ତ ନଥିଲା। ରାହୁଲ ଚହର ୨୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଓପନର ଜୋନି ବେୟାରଷ୍ଟୋ ୨୮ ଏବଂ ଶିଖର ଧାଓ୍ଵନ ୧୯ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ବାକି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶାର୍ଦ୍ଦୁଳ ଠାକୁର ମାପଚୁପ ବୋଲିଂ କରି ୩୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିଲେ। ଅକ୍ଷର ପଟେଲ୍ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୧୪ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ବୋଲରଙ୍କ ସାମୂହିକ ପ୍ରଦର୍ଶନ ବଳରେ ଦିଲ୍ଲୀ ଏହି ମୁକାବିଲାକୁ ୧୭ ରନରେ ଜିତି ନେଇଛି।